fbpx

ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଚନ୍ଦ୍ରବାବୁ ନାଇଡୁ, ଜୁନ୍ ୧୨କୁ ଘୁଞ୍ଚିଲା ତାରିଖ

Advertisement

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଛି । ସୂତ୍ରରୁ ପ୍ରକାଶ ଜୁନ୍ ୮ ପରିବର୍ତ୍ତେ ବର୍ତ୍ତମାନ ଜୁନ୍ ୧୨ରେ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଜୁନ୍ ୮ ତାରିଖେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ନେଇ ନାଇଡୁଙ୍କ ଶପଥ ପାଠକୁ ସ୍ଥଗିତ କରାଯାଇଥିଲା ।

ଚଳିତ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ଭୋଟରେ ବିଜୟ ହୋଇଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ପଦରୁ ଇସ୍ତଫା ଗ୍ରହଣ କରିବା ସହ ନୂତନ ଦାୟିତ୍ୱ ନ ମିଳିବା ପର୍ଯ୍ୟନ୍ତ ନିଜ ପଦ ସମ୍ଭାଳିବା ପାଇଁ ନିବେଦନ କରିଥିଲେ ।

Get real time updates directly on you device, subscribe now.