fbpx

ଆନ୍ଧ୍ରପ୍ରଦେଶ ରାଜନୀତିକୁ ଦୁର୍ନୀତି ମୁକ୍ତ କରିବାକୁ ଚାହୁଁଥିଲେ ଚନ୍ଦ୍ରବାବୁ ନାଇଡୁ; ଜାଣନ୍ତୁ ତାଙ୍କର ରାଜନୈତିକ କ୍ୟାରିୟର

Advertisement

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ୨୮ ବର୍ଷ ବୟସରେ ଚନ୍ଦ୍ରବାବୁ ନାଇଡ଼ୁ ପ୍ରଥମେ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପରେ ୩୦ ବର୍ଷ ବୟସରେ ସେ ଆନ୍ଧ୍ରପ୍ରଦେଶରେ ମନ୍ତ୍ରୀ ଏବଂ ୪୫ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୫୦ ମସିହା ଏପ୍ରିଲ ୨୦ରେ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ନୀରବୀରପୀଲରେ ଚନ୍ଦ୍ରବାବୁ ନାଇଡୁ ଜନ୍ମଗ୍ରହଣ କରିଥିଲେ ।
୧୯୭୮ରେ ପ୍ରଥମ ନିର୍ବାଚନ
ଚନ୍ଦ୍ରବାବୁ ନାଇଡୁ ତାଙ୍କର ରାଜନୈତିକ କ୍ୟାରିୟର ପ୍ରଥମେ କଂଗ୍ରେସ ସହ ମଶି କାମ ଆରମ୍ଭ କରିଥିଲେ । ସେ ୧୯୭୮ ମସିହାରେ ଜୀବନର ପ୍ରଥମ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟ ଲାଭ କରିଥିଲେ । ୧୯୮୦ ରୁ ୧୯୮୨ ଭିତରେ ସେ ଆନ୍ଧ୍ରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ସେ ସହି ସମୟରେ ଆନ୍ଧ୍ରପ୍ରଦେଶର ଜଣେ ଶକ୍ତ କଂଗ୍ରେସ ନେତା ଭାବରେ ଜଣାଶୁଣା ଥିଲେ ।

କଂଗ୍ରେସ ଛାଡ଼ି ଟିଡିପିରେ ଯୋଗଦାନ

ଚନ୍ଦ୍ରବାବୁ ନାଇଡୁ ୧୯୮୧ ମସିହାରେ ତେଲଗୁ ଚଳଚ୍ଚିତ୍ର ଅଭିନେତା ଏନଟି ରାମା ରାଓଙ୍କ ଝିଅକୁ ବିବାହ କରିଥିଲେ । ସେହି ସମୟରେ ରାମା ରାଓ ୧୯୮୨ରେ ତେଲୁଗୁ ଦେଶମ ପାର୍ଟି ନୂଆ କରି ଗଢ଼ିଥିଲେ । ଏନଟି ରାମା ରାଓ ଚନ୍ଦ୍ରବାବୁ ନାଇଡୁଙ୍କୁ କହିଥିଲେ ଯେ, ଆନ୍ଧ୍ରପ୍ରଦେଶ ରାଜନୀତିକୁ ଦୁର୍ନୀତି ମୁକ୍ତ କରିବାକୁ ଚାହୁଁଛନ୍ତି । ଟିଡିପି ପ୍ରତିଷ୍ଠା ହେବା ପରେ ଚନ୍ଦ୍ରବାବୁ ନାଇଡୁ କଂଗ୍ରେସ ଛାଡି ରାମା ରାଓଙ୍କ ଦଳରେ ସାମିଲ ହୋଇଥିଲେ ।
ଟିଡିପିରୁ ଟିକେଟ ନେଇ ୧୯୮୯ ଏବଂ ୧୯୯୪ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ହେବା ପରେ ସେ ୧୯୯୪ରେ ଅର୍ଥମନ୍ତ୍ରଣାଳର ଦାୟିତ୍ୱ ତୁଲାଇଥିଲେ । ୧୯୯୫ରେ ସେ ତାଙ୍କର ଶ୍ୱଶୁର ଏନଟି ରାମା ରାଓଙ୍କୁ ପରାସ୍ତ କରି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସଂଯୁକ୍ତ ମୋର୍ଚ୍ଚାର ସଂଯୋଜକ

ଅଗଷ୍ଟ ୧୯୯୫ ମସିହାରେ ଚନ୍ଦ୍ରବାବୁ ନାଇଡୁ ଟିଡିପିର ସଭାପତି ହେବା ପରେ ୧ସେପ୍ଟେମ୍ବର ୧୯୯୫ ମସିହାରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ମୁଖାମନ୍ତ୍ରୀ ହୋଇଥିଲେ । ଏଥିସହ ରାଜ୍ୟର ଅର୍ଥନୈତିକ ସୁଧାର ଆଣିବାର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ମାନ୍ୟତା ଲାଭ କରିଥିଲେ । ସେ ୧୯୯୬ ରୁ ୨୦୦୪ ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ଏହା ସହ ସେ ସଂଯୁକ୍ତ ମୋର୍ଚ୍ଚାର ସଂଯୋଜକ ଥିଲେ ।

ବିରୋଧୀ ଦଳର ନେତା ଭାବରେ ୧୦ ବର୍ଷ କାର୍ଯ୍ୟରତ

କେନ୍ଦ୍ରରେ ଗଠିତ ହୋଇଥିବା ୧୯୯୯ ମସିହାରେ ଏନଡିଏ ସରକାରଙ୍କୁ ଚନ୍ଦ୍ରବାବୁ ନାଇଡୁ ସମର୍ଥନ କରିଥିଲେ । ଏହା ସହ ସେ ୧୦ ବର୍ଷ ଧରି ବିରେଧୀ ଦଳର ନେତା ଭାବରେ କାମ କରିଥିଲେ । ୨୦୧୯ ନିର୍ବାଚନରେ ଟିଡିପି ୧୭୫ ସିଟରୁ ମାତ୍ର ୨୩ଟି ଆସନ ଗ୍ରହଣ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ୧୬୧ଟି ଆସନ ଜିତି ପୁଣି ଚନ୍ଦ୍ରବାବୁ ନାଇଡୁ କମବ୍ୟାକ୍ କରିଛନ୍ତି ।

Get real time updates directly on you device, subscribe now.