fbpx

ପୁଣି ଆକ୍ଟିଭ ହେଲା ChandraYaan-3! ଜହ୍ନ ରାଇଜରେ ସବୁଠାରୁ ପୁରୁଣା କ୍ରେଟର ଚିହ୍ନଟ

ନୂଆଦିଲ୍ଲୀ: ଭାରତର ସଫଳ ମୁନ୍ ମିଶନ୍ ଚନ୍ଦ୍ରଯାନ-୩କୁ ନେଇ ଏକ ବଡ଼ ଖୁସି ଖବର ସାମନାକୁ ଆସିଛି । ଚନ୍ଦ୍ରପୃଷ୍ଠରେ ସବୁଠାରୁ ପୁରୁଣା ତଥା ୩.୮୫ ଆରବ ବର୍ଷ ପୁରୁଣା ଏକ କ୍ରେଟରରେ ପାଦ ଥାପିଛି ଚନ୍ଦ୍ରଯାନ-୩ । ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା ଏବଂ ଭାରତୀୟ ଅନ୍ତରୀକ୍ଷ ଇସ୍ରୋର ବୈଜ୍ଞାନିକ ମାନେ ଏ ନେଇ ସୂଚନା ଦେଇଛନ୍ତି । ଚନ୍ଦ୍ରଯାନ-୩ ପହଞ୍ଚିଥିବା କ୍ରେଟରର ନିର୍ମାଣ ଅମୃତକାଳ ସମୟରେ ହୋଇଥିଲା । ଏହା ପ୍ରାୟ ୩.୮୫ ଆରବ ବର୍ଷ ପୁରୁଣା ବୋଲି ସେମାନେ ଦାବି କରିଛନ୍ତି ।

ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳାର ଗ୍ରହ ବିଜ୍ଞାନ ପ୍ରଭାଗର ଏଆସୋସିଏଟ ପ୍ରଫେସର ଏସ ବିଜୟନଙ୍କ କହିବା ଅନୁସାରେ, ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରମାରେ ଏଭଳି ଏକ ସ୍ଥାନରେ ପହଞ୍ଚିଛି, ଯେଉଁଠାରେ ପୂର୍ବରୁ କୌଣସି ମିଶନ୍ ପହଞ୍ଚି ପାରିନାହିଁ । ଚନ୍ଦ୍ରଯାନ-୩ର ଲାଣ୍ଡିଙ୍ଗ ପଏଣ୍ଟରେ ପୂର୍ବରୁ କୌଣସି ମିଶନ୍ ଯାଇ ନାହିଁ, ତେଣୁ ଏହା ଏକ ଅଦ୍ୱିତୀୟ ଭୂଗର୍ଭୀୟ ସ୍ଥାନ ବୋଲି କୁହାଯାଇଛି । ମିଶନର ପ୍ରଜ୍ଞାନ ରୋଭରରୁ ମିଳିଥିବା ଫଟୋ ହେଉଛି ଏହି ଅକ୍ଷାଂଶରେ ଚନ୍ଦ୍ରମାର ପ୍ରଥମ ଅନ୍-ସାଇଟ ଫଟୋ । ଏଥିରୁ ଜଣାଯାଉଛି ଯେ, ଚନ୍ଦ୍ରମା କିପରି ବିକାଶ ହୋଇଥାଏ ।

ଯେବେ କୌଣସି କ୍ଷୁଦ୍ରଗ୍ରହ କୌରସି ବଡ଼ ପିଣ୍ଡର ପୃଷ୍ଠ ସହ ଧକ୍କା ହୋଇଥାଏ, ସେହି ସମୟରେ ଏଭଳି ଗର୍ତ୍ତ ସୃଷ୍ଟି ହୋଇଥାଏ । ଦେଖାଯାଉଥିବା ସାମଗ୍ରୀକୁ ଇଜେକ୍ଟା ବୋଲି କୁହାଯାଏ । ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଚନ୍ଦ୍ରମା କିପରି ବିକଶିତ ହୋଇଥିଲା, ଏହାର ଖୁଲାସା ହୋଇଯାଇଛି । ଏହାସହିତ କ୍ରେଟରର ଅଧା ଅଂଶ ଦକ୍ଷିଣ ଧ୍ରୁବ-ଏଟକେନ୍ ବେସିନରୁ ଫିଙ୍ଗା ଯାଇଥିବା ସାମଗ୍ରୀ ବା ‘ଇଜେକ୍ଟା’ ତଳେ ଦବି ହୋଇ ରହିଥିଲା ।

ସୂଚନାଯୋଗ୍ୟ ଯେ, ଯେକୌଣସି ଗ୍ରହ, ଉପଗ୍ରହ ଇତ୍ୟାଦିରେ ନିର୍ମିତ ଗର୍ତ୍ତକୁ ହିଁ କ୍ରେଟର କୁହାଯାଏ । ଏହି କ୍ରେଟର ପ୍ରାୟତଃ ଜ୍ୱାଳାମୁଖୀ ବିସ୍ଫୋରଣ ହେବା ଦ୍ୱାରା ସୃଷ୍ଟି ହୋଇଥାଏ । ଏହାବ୍ୟତୀତ କିଛି ଉଲକାପିଣ୍ଡ ଅନ୍ୟ ପିଣ୍ଡ ସହ ଧକ୍କା ହେଲେ ମଧ୍ୟ ଏହିଭଳି ଭାବରେ କ୍ରେଟର ସୃଷ୍ଟି ହୋଇଯାଏ ।

Get real time updates directly on you device, subscribe now.