fbpx

Union Budget Live; ବଦଳିଲା ଆୟ କର, ଜାଣନ୍ତୁ ନୂଆ ବଜେଟରେ କିଏ କେତେ ଟଙ୍କା ଦେବେ ଟାକ୍ସ

ନୂଆଦିଲ୍ଲୀ: ଆଜି ନୂଆ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ଏହି ବଜେଟରେ ବିଭିନ୍ନ ଆୟ ଅନୁସାରେ ବ୍ୟକ୍ତିଗତ ଆୟକର ଘୋଷଣା କରାଯାଇଛି । ନୂଆ ଟିକସ ବ୍ୟବସ୍ତାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବାର୍ଷିକ ୧୨-୧୫ ଲକ୍ଷ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ୨୦% ଟିକସ ପ୍ରଦାନ କରାଯିବ । ବାର୍ଷିକ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ଧାର୍ଯ୍ୟ କରାଯାଇଛି । ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଯିକସ ପୈଠ କରିବାକୁ ପଡ଼ିବ ନାହିଁ । ତେବେ ୩-୭ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ୫% ଟିକସ ପ୍ରଦାନ କରିବେ । ସେହିପରି ୭-୧୦ ଲକ୍ଷ ଆୟ କରୁଥିବା ବ୍ୟକ୍ତି ୧୦% ଏବଂ ୧୨-୧୫ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତି ୨୦% ଆୟକର ପ୍ରଦାନ କରିବେ । ତେବେ ୧୫ ଲକ୍ଷରୁ ଅଧିକ ଆୟ ଥିବା ବ୍ୟକ୍ତିମାନେ ୩୦% ଲେଖାଏଁ ଟିକସ ପୈଠ କରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.