ବଦଳିବ UPI Mode! Keypad ଫୋନରେ କରିହେବ ଅନଲାଇନ ଟ୍ରାଞ୍ଜାକ୍ସନ, ଜାଣନ୍ତୁ କେମିତି

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁତକ କାମ ଡିଜିଟାଲ ମୋଡରେ କରୁଛନ୍ତି ଲୋକେ । ପନିପରିବାରୁ ଆରମ୍ଭ କରି ବଡ଼ ବଡ଼ ଜିନିଷ କିଣିବା ପର୍ଯ୍ୟନ୍ତ ସବୁଠି ଡିଜିଟାଲ ପେମେଣ୍ଟକୁ ମିଳୁଛି ଅଗ୍ରାଧିକାର । ତେଣୁ ଖୁବଶୀଘ୍ର ସାରା ବିଶ୍ୱ Cashless ଦିଗକୁ ଗତି କରୁଛି ବୋଲି କୁହାଯାଉଛି । ଏହାମଧ୍ୟରେ ଏକ ରିପୋର୍ଟ ଏହି ଭାରତରେ ଡିଜିଟାଲ ପେମେଣ୍ଟ ଉପରେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଭାରତର ୟୁପିଆଇ(ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ) ବିଶ୍ୱସ୍ତରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି । ସାରା ଭାରତରେ ୟୁପିଆଇ ଟ୍ରାଞ୍ଜାକ୍ସନର ରୂପରେଖ ବଦଳାଇ ଦେଇଛି ।

ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଆଗକୁ ଫିଚର ଫୋନ୍ (କିପ୍ୟାଡ ମୋବାଇଲ ଫୋନ)ରେ ମଧ୍ୟ ୟୁପିଆଇ ପେମେଣ୍ଟ ସିଷ୍ଟମ ଅପରେଟ୍ କରିହେବ । ଏଥିପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଆଯାଇଛି । ମଧ୍ୟପ୍ରଦେଶ ଇନ୍ଦୋରର ଦେବୀ ଅହଲ୍ୟା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ଶକ୍ତିକାନ୍ତ ଦାସ ଏହା କହିଛନ୍ତି । ସେ କହିଛନ୍ତି ଭାରତର ୟୁପିଆଇ ପେମେଣ୍ଟ ସିଷ୍ଟମ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ବେଶ୍ ସଫଳତା ଲାଭ କରିଛି । ଏହା ସରକାରୀ ସମର୍ଥନରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସୁନ୍ଦର ଓ ସଫଳ ଉଦ୍ୟମ । ସରକାରଙ୍କ ସମର୍ଥନରେ ଆରବିଆଇ ୟୁପିଆଇକୁ ସାରା ବିଶ୍ୱରେ ଏକ ବୃହତ୍ତ ପେମେଣ୍ଟ ସିଷ୍ଟମରେ ପରିଣତ କରିପାରିଛି ।

କେନ୍ଦ୍ରୀୟ ବୋର୍ଡ ବୈଠକରେ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୟୁପିଆଇ ୨୦୧୬ରେ ଆରମ୍ଭ ହୋଇଥିଲା ଓ ଏହା ଦ୍ରୁତ ଗତିରେ ଆଦୃତ ହୋଇଚାଲିଥିଲା । ଏହା ଆହୁରି ଆଗକୁ ଯିବବୋଲି ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଦେଶରେ ଡିଜିଟାଲ କାରବାର ଭଲ ଚାଲିଥିବା ବେଳେ ୟୁପିଆଇ କ୍ଷେତ୍ରରେ ମୁଖ୍ୟ ଆହ୍ୱାନ ଥିଲା ଯେ, ଏହା ଏକ ସ୍ମାର୍ଟଫୋନରେ ପରିଚାଳିତ ହୋଇପାରୁଥିଲା । କିନ୍ତୁ ଆମ ଦେଶରେ ଏବେ ବି ବହୁ ଲୋକ କିପ୍ୟାଡ ଫୋନ ବ୍ୟବହାର କରୁଛନ୍ତି । ଏହି କ୍ରମରେ ଆମେ ଏପରି କିଛି ସାମଗ୍ରୀ ଲଞ୍ଚ କରିବାକୁ ଯାଉଛୁ ଯାହାଦ୍ୱାରା ଲୋକମାନେ ଫିଚର ଫୋନ୍‌ରେ ମଧ୍ୟ ୟୁପିଆଇ ଅପରେଟ କରିପାରିବେ । ଏହା ସହିତ ଯେଉଁସବୁ ସ୍ଥାନରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଏପରି ବ୍ୟବସ୍ଥା କରାଯାଉଛି ଯଦ୍ଦ୍ୱାରା ୟୁପିଆଇ ଟ୍ରାଞ୍ଜାକ୍ସନ ସମ୍ଭବ ହୋଇପାରିବ ।

ଶକ୍ତିକାନ୍ତ ଦାସ କହିଛନ୍ତି ଆମେ ସେହି ଦେଶମାନଙ୍କ ମଧ୍ୟରେ ରହିଛୁ ଯିଏ କି ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସୀ ନାମରେ ଅର୍ଥାତ୍ ଇ-ମୁଦ୍ରା ନାମରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି । ଏହା ହେଉଛି ଏକ ପେପର ମୁଦ୍ରା ଓ ଏହା ମୁଦ୍ରାର ଏକ ଡିଜିଟାଲ ୟୁନିଟ ଅଟେ । ଏହି ପ୍ରୋଜେକ୍ଟ ଉପରେ ଏବେ କାମ ଜାରି ରହିଛି ।