fbpx

ବଦଳିବ Online Transaction ଷ୍ଟାଇଲ, ଗ୍ରାହକଙ୍କୁ ମିଳିବ ଫାଇଦା: ରିଜର୍ଭ ବ୍ୟାଙ୍କ

Advertisement

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଷ୍ଟାଇଲରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏକ ନୂଆ ଉପାୟକୁ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଅନଲାଇନ ଟ୍ରାଞ୍ଜାକ୍ସନ ମୋଡ୍ ରେ ଆରବିଆଇ ଆଉ ଏକ ବଡ଼ ପଦକ୍ଷେପ ନେଇପାରନ୍ତି ବୋଲି ଜଣାଯାଇଛି । ତେବେ ଡିଜିଟାଲ ପେମେଣ୍ଟ ଭେରିଫାଏ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛି । ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ବର୍ତ୍ତମାନ SMS ଆଧାରିତ OTP ବ୍ୟବହାର କରି ଟ୍ରାଞ୍ଜାକ୍ସନକୁ ଭେରିଫାଏ କରାଯାଉଛି । କିନ୍ତୁ ଖୁବଶୀଘ୍ର ଏଥିରେ ପରିବର୍ତ୍ତନ ହୋଇପାରେ । ପ୍ରିନ୍ସିପଲ ବେସ୍ଡ ଅଥେଣ୍ଟିକେସନର ଫ୍ରେମୱର୍କକୁ ନେଇ ଯୋଜନା ଚାଲୁ ରହିଛି । ଏହାଦ୍ୱାରା ଗ୍ରାହକମାନଙ୍କର ଟ୍ରାଞ୍ଜାକ୍ସନକୁ ଅତିରିକ୍ତ ସୁରକ୍ଷା ମିଳିପାରିବ । ଗତ କିଛି ବର୍ଷରେ ରିଜର୍ଭ ବ୍ୟାଙ୍କ ଡିଜିଯାଲ ପେମେଣ୍ଟକୁ ସୁରକ୍ଷିତ କରିବା ପାଇଁ ଆଡିସନାଲ ଫ୍ୟାକ୍ଟର ଅଫ୍ ଅଥେଣ୍ଟିକେସନ(AFA)ଭଳି ଭିନ୍ନ ଭିନ୍ନ ସିଷ୍ଟମ ଆରମ୍ଭ କରାଯାଇଛି । ତେବେ ଏଥିମଧ୍ୟରୁ ଏସଏମଏସ ଆଧାରିତ ଓଟିପି ସିଷ୍ଟମରେ ଅଧିକାଂଶ ଡିଜିଟାଲ ପେମେଣ୍ଟ ଭେରିଫିକେସନ କରୁଛନ୍ତି ଗ୍ରାହକ ।

ନୂଆ ଭେରିଫିକେସନ ସିଷ୍ଟମକୁ ନେଇ ଖୁବଶୀଘ୍ର ନୂଆ ନିର୍ଦ୍ଦେଶ ଜାରିପାରନ୍ତି କେନ୍ଦ୍ର ରିଜର୍ଭ ବ୍ୟାଙ୍କ । ତେବେ ଏହାର ରୂପରେଖା କ’ଣ ହେବ ଏ ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମ୍ପୂର୍ଣ୍ଣ ସୂଚନା ଦେଇନାହାନ୍ତି । ବର୍ତ୍ତମାନ ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଅଧିକାଂଶ ବ୍ୟାଙ୍କ ଏସଏମଏସ ଆଧାରିତ ଓଟିପି ସିଷ୍ଟମ ଉପରେ ଭରସା କରିଥାନ୍ତି । କିନ୍ତୁ ରିଜର୍ଭ ବ୍ୟାଙ୍କ ଏହାବ୍ୟତୀତ ଆଉ ଏକ ନୂଆ ରୂପରେଖ ପ୍ରସ୍ତୁତ କରିବାକୁ ଯାଉଛି ।

Get real time updates directly on you device, subscribe now.