ମା’ ମଙ୍ଗଳାଙ୍କ ସ୍ତୁତି ପଢିଲେ ଦୂର ହୁଏ ସବୁ ଦୁଃଖ, ବିପଦରୁ ପାଇବେ ରକ୍ଷା, ଜାଣନ୍ତୁ ମନ୍ତ୍ର

ଓଡ଼ିଶା ଭାସ୍କର: ଆମ ହିନ୍ଦୁ ଧର୍ମରେ ଅନେକ ଦେବା-ଦେବୀଙ୍କୁ ପୂଜା କରାଯାଇଥାଏ। ସପ୍ତାହର ସାତ ବାରରେ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ବିଶେଷ ଭାବେ ପୂଜା କରାଯାଇଥାଏ।

ମାଆ ମଙ୍ଗଳା ହେଉଛନ୍ତି ପ୍ରତ୍ୟେକ୍ଷ ଠାକୁରାଣୀ। ସେ ସବୁବେଳେ ଭକ୍ତଙ୍କ କଥା ଶୁଣିଥାଆନ୍ତି। ମାଆଙ୍କୁ ମନରୁ ଡାକିଲେ ଏବଂ ପୂଜା କଲେ, ସେ ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଆନ୍ତି।

ମାଆଙ୍କୁ ସାଧାରଣତଃ ମଙ୍ଗଳବାରରେ ଏବଂ ଶନିବାରରେ ପୂଜା କରାଯାଇଥାଏ, କିନ୍ତୁ ଅନ୍ୟ ବାରରେ ମଧ୍ୟ ପୂଜା କଲେ ସେ ଭକ୍ତଙ୍କ ଡାକ ଶୁଣନ୍ତି। ବିଶ୍ୱାସ ରହିଛି ଯେ, ଜୟ ମାଆ ମଙ୍ଗଳାଙ୍କ ସ୍ତୁତି ପଢିବା ଦ୍ୱାରା ମାଆ ଭକ୍ତର ସବୁ ଦୁଃଖ ଦୂର କରିବା ସହ ସବୁ ବିପଦରୁ ରକ୍ଷା କରନ୍ତି।

ମାଆ ମଙ୍ଗଳାଙ୍କ ମନ୍ଦିର ହେଉ କି ଘରେ ରଖିଥିବା ଫଟୋରେ ମନ୍ଦାର ଫୁଲ ଏବଂ ଦୀପ-ଧୂପ ଦେଇ ଭଲଭାବେ ପୂଜା କରନ୍ତୁ। ମାଆଙ୍କ ପାଖେ କଦଳି ଭୋଗ ଲଗାନ୍ତୁ।

ଏହାପରେ ନିଜର ମନୋସ୍କାମନା ଜଣାଇ, ମାଆଙ୍କ ପାଖେ ବସି, ନିମ୍ନରେ ଦିଆଯାଇଥିବା ମନ୍ତ୍ର ପଢନ୍ତୁ। ତେବେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ..
ଜୟଜୟ ଜୟ ଜୟ ମା’ ମଙ୍ଗଳା

ଜୟ ମା’ କରୁଣାମୟୀ ।
କାକଟ ପୁରରେ ଲୀଳା କରୁଅଛୁ
ଜୟ ମାଆ କାକଟେଇ ।।
ଜୟ ଠାକୁରାଣୀ ମଙ୍ଗଳ କାରିଣୀ
ପ୍ରାଚୀତଟ ବିହାରିଣୀ।
ଶୁଣିଛି କାହାଣୀ ଉତ୍କଳ ସାଧବେ
ସିଂହଳରୁ ଥିଲେ ଆଣି।
ବୋଇତ ମଙ୍ଗରେ ବସାଇ ମାଆଙ୍କୁ
ସାଧବେ ମେଲନ୍ତି ତରି।
ଦରିଆ ପାରିରୁ ନିର୍ଭୟେ ଫେରନ୍ତି
ବଣିଜ ବେପାର ସାରି ।
ସାଧବଦେବୀ ମା’ ମଙ୍ଗଳମୟୀ ତୁ
ହୃତ ଗୌରବର ସାକ୍ଷୀ।
ବିପଦ ହାରିଣୀ ସଙ୍କଟ ତାରିଣୀ
ସଙ୍କଟରୁ ପାରୁ ରଖି ।
ମୁଖ ଗୋଟି ତୋର ଅତୀବ ସୁନ୍ଦର
କଣ୍ଠରେ ମନ୍ଦାର ମାଳା।
ମନ୍ଦାର ମାଳିନୀ ଉଦ୍ଧାରି ଧରୁ ମା’
ସଂସାର ସାଗର ଭେଳା ।
ଜୟ କାତ୍ୟାୟନୀ ମଙ୍ଗଳ କାରିଣୀ
ପରମ ବୈଷ୍ଣବୀ ତୁହି ।
ଦରଶନେ ତୋର ପ୍ରାଣ ପୁଲକିତ
କଳୁଷ ଦୂରେ ପଳାଇ ।
ଅଷ୍ଟଚଣ୍ଡୀମଧ୍ୟେ ନାମ ମା’ ତୋହର
ଜୟ ମା’ ମଙ୍ଗଳଚଣ୍ଡୀ।
ଜଗତ କଲ୍ୟାଣୀ କଲ୍ୟାଣମୟୀ
ମା’ ଦୁର୍ଜନକୁ ଥାଉ ଦଣ୍ଡି ।
ନିଶି ସାରା ବୁଲି ସଂସାର ଯାକର
ସୁଖ ଦୁଃଖ ବୁଝିଆସୁ ।
ବିଶ୍ରାମ ଶିଳା ମା’ ରହିଛି ପ୍ରମାଣ
ନିଶିଅନ୍ତେ ଆସି ବସୁ ।
ଦଇତା ପଦେ ମା’ ଶରଣ ପଶିଲେ
ଦାରୁ ଦେଲୁ ତାଙ୍କୁ କହି।
କାକଟପୁରରେ ମାଆ ତୋର ଧ୍ଵଜା
ଫର ଫର ଉଡ଼ୁ ଥାଇ ।