ଶନିବାର ଦିନ ଶନିଦେବଙ୍କ ଏହି ୧୦୮ ନାମ ଜପ କରନ୍ତୁ, ଖୋଲିଯିବ ତାଲା ପଡ଼ିଥିବା ଭାଗ୍ୟ

ଓଡ଼ିଶାଭାସ୍କର: ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଶନିବାର ଦିନଟି ଶନି ଦେବଙ୍କୁ ସମର୍ପିତ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଶନିଦେବ ମଣିଷଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି।

ଲୋକମାନେ ଶନିବାର ଦିନ ଶନି ଦେବଙ୍କୁ ପୂଜା କରନ୍ତି।  ଏବଂ ସନ୍ଧ୍ୟାରେ ସୋରିଷ ତେଲର ଦୀପ ଜାଳନ୍ତି। ଏହା ସହିତ ଜୀବନର କଷ୍ଟରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଉପବାସ ମଧ୍ୟ କରନ୍ତି। ଆଉ କୁହାଯାଏ ଶନି ଯାହା ଉପରେ କୋପ କରନ୍ତି ତାର ବରବାଦ ହେବା ଟା ହିଁ ଥୟ।

ଏକ ଦାର୍ମିକ ବିଶ୍ୱାସ ଅଛି ଯେ ଶନିବାର ଦିନ କେବଳ ଶନି ଦେବଙ୍କ ପୂଜା କରିବା ଦ୍ନାରା ବ୍ୟକ୍ତିକୁ ଇଚ୍ଛିତ ଫଳ ମିଳିଥାଏ। ଏହା ସହିତ ଅଶୁଭ ଗ୍ରହର ପ୍ରଭାବ ମଧ୍ୟ ହ୍ରାସ ପାଏ।

ଏପରି ପରିସ୍ଥିତିରେ ଯଦି ଆପଣ ଶନିଦେବଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି, ତେବେ ଶନିବାର ଦିନ ଶନି ଦେବଙ୍କ ୧୦୮ ନାମ ଜପ କରନ୍ତୁ ଏବଂ ତାଙ୍କୁ ପୂଜା କରନ୍ତୁ, ଆପଣଙ୍କର ବନ୍ଦ ଭାଗ୍ୟ ମଧ୍ୟ ଖୋଲିଯିବ।

ଶନିଙ୍କ ୧୦୮ ନାମ: ଓଁ ଶନିଶ୍ଚରାୟ ନମଃ, ଓଁ ଶାନ୍ତାୟ ନମଃ, ଓଁ ସର୍ବାଭୀଷ୍ପପ୍ରଦାଇନି ନମଃ, ଓଁ ଶରଣାୟା ନମଃ, ଓଁ ସର୍ବେଷାୟ ନମଃ। ଏହିପରି ଶନିଦେବଙ୍କ ୧୦୮ ନାମ ଜପ କରନ୍ତୁ। ଏବି ଶନିଦେବଙ୍କ କୃପା ଅର୍ଜନ କରନ୍ତୁ।