BREAKING: ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା.. ବାପା ମୃତ, ପୁଅ ଗୁରୁତର

ବାଇକ୍‌ରେ ଆସି ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଦୁର୍ବୃତ୍ତ।

ଖୋର୍ଦ୍ଧା: ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଭୁଜାଲି ମାଡ଼ରେ ବାପା ମୃତ, ପୁଅ ଗୁରୁତର। ବୋଲଗଡ଼ ଥାନା ଝାନ୍‌ସିପାଟଣା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ।

ବାଇକ୍‌ରେ ଆସି ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଦୁର୍ବୃତ୍ତ। ଘଟଣା ପରେ ୩ ଦୁର୍ବୃତ୍ତ ଚମ୍ପଟ ମାରିଥିବା ସୂଚନା ରହିଛି।

ଗୁରୁତର ଅବସ୍ଥାରେ ବାପ, ପୁଅଙ୍କୁ ବୋଲଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅଛି ପୁଅ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟଥିବା ସନ୍ଦେହ କରାଯାଉଛି। ସୁପାରି କିଲିଂ ସନ୍ଦେହରେ ପୋଲିସର ଛାନଭିନ୍ ଜାରି ରଖିଛି।