fbpx

ଖୁସି ଖବର; ଏବେ ଫୋନ୍ ରେ ସିଧା ଚଲାଇପାରିବେ ଚାଟଜିପିଟି ଆପ୍ ଓ ମାଗଣାରେ ନେଇପାରିବେ ଏଆଇର ମଜା, କିପରି କରିବେ ଡାଉନେଲୋଡ୍ ଜାଣି ନିଅନ୍ତୁ

Advertisement

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର ଖୁବ ଶୀଘ୍ର ଚାଟ୍ ଜିପିଟି ଆପକୁ ନିଜ ଫୋନ୍ ରେ ବ୍ୟବହାର କରିପାରିବେ । ଚାଟଜିପିଟିକୁ ବ୍ୟବହାର କରିବା ଲାଗି ଆପଣଙ୍କୁ ବାରମ୍ବାର ବ୍ରାଉଜର ଓପନ କରିବାକୁ ପଡିବ ନାହିଁ । ଏବେ ଆପଣ ଗୁଗୁଲ ପ୍ଲେ ଷ୍ଟୋରରେ (ଓପନ୍ ଏଆଇ) ଚାଟ୍ ଜିପିଟଇ ଆପ୍ ଲାଗି ପ୍ରି ରେଜିଷ୍ଟର କରିପାରିବେ । ଯାହାର ଅଧିକାରୀକ ଲଞ୍ଚ ଆଗାମୀ ସପ୍ତାହରେ ହେବାକୁ ଯାଉଛି । ଏହି ଆପ୍ ର ଆଇଓଏସ୍ ସଂସ୍କରଣ ଜାରି ହେବାର ଦୁଇ ମାସ ହୋଇଗଲାଣି । ଏବେ ଏହି ଆପ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଲାଗି ଉପଲବ୍ଧ ହେବ ।
ଓପନ୍ ଏଆଇ ଟୁଇଟରରେ ଘୋଷଣା କରିଛି ଯେ,ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ସଙ୍କ ଲାଗି ଚାଟଜିପିଟି ଆପ୍ ଆଗାମୀ ସପ୍ତାହରେ ଉପଲବ୍ଧ ହେବ । ଏହାର ପ୍ରି ଅର୍ଡର ଏବେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ । ଏବେ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ସ ବ୍ରାଉଜରରେ ଚାଟଜିପିଟି ୱେବସାଇଟକୁ ଯାଇ ଜେନେରେଟିଭ ଏଆଇ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି ।

ଚାଟଜିପିଟି ଆଣ୍ଡ୍ରଏଡ୍ ଆପ ଲାଗି କିପରି ରେଜିଷ୍ଟର କରିବେ:
ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ରେ ଗୁଗୁଲ ପ୍ଲେ ଷ୍ଟୋର ଖୋଲନ୍ତୁ । ଚାଟଜିପିଟି ଖୋଜି ସେଠାରେ କ୍ଲିକ୍ କରନ୍ତୁ । ଇନଷ୍ଟଲ ଉପରେ ଟ୍ୟାପ କରନ୍ତୁ । ଏକ ଡାଇଲଗ ବକ୍ସ ନଜର ଆସିବ ଯେଉଁଥିରେ କୁହାଯିବ ଆପ୍ ଉପଲବ୍ଧ ହେଲେ ସ୍ୱତଃ ରୂପରେ ଡାଉନଲୋଡ୍ ଓ ଇନଷ୍ଟଲ ହୋଇଯିବ ।

 

Get real time updates directly on you device, subscribe now.