ଏଥର ଗୁଗୁଲକୁ ବାଏ ବାଏ! WhatsAppରେ ଏଣ୍ଟ୍ରି ମାରିଲା ChatGPT, ସହଜ ହେବ ସର୍ଚ୍ଚିଂ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତା ଗବେଷଣା ସଂସ୍ଥା OpenAI  ଆଜି ବଡ ଘୋଷଣା କରିଛି । ଏଣିକି ହ୍ବାଟ୍ସଆପରେ ଆସିବ ଏଆଇ ଚାଟବୋଟ୍ ଚାଟଜିପିଟି । ଏହାସହିତ ଆମେରିକା ଏବଂ କାନାଡା ଲ୍ୟାଣ୍ଡଲାଇନ ଫୋନରେ ମଧ୍ୟ ଉପଲବ୍ଧ ହେବ । ତେବେ ଏହା ଦ୍ବାରା ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଅନେକ ଫାଇଦା ମିଳିବ ।

ଏଣିକି ଆଉ କିଛି ଜାଣିବାକୁ ହେଲେ ଆଉ ଗୁଗଲର ବ୍ୟବହାର କରିବାକୁ ହେବ ନାହିଁ । ଗୁଗଲ ଭଳି ସମସ୍ତ ପ୍ରଶ୍ନ ଆପଣ ଚାଟଜିପିଟିରେ ପଚାରିପାରିବେ । କିଛି ସେକେଣ୍ଡର ମଧ୍ୟରେ ଉତ୍ତର ସହିତ ସମସ୍ତ ବିଷୟ ଉପରେ ଅଧିତ ତଥ୍ୟ ଦେବେ । ChatGPT ସହ କଥାବାର୍ତ୍ତା କରିବାକୁ ହେଲେ ୟୁଜରଙ୍କୁ 1-800-242-8478 ନମ୍ବରରେ ମେସେଜ କରିବାକୁ ପଡ଼ିବ । ବର୍ତ୍ତମାନ ଏହା ଟେଷ୍ଟିଂ ଅବସ୍ଥାରେ ରହିଥିବା ବେଳେ କିଛି ଦିନ ଭିତରେ ରୋଲଆଉଟ କରାଯିବ ବୋଲି କୁହାଯାଉଛି । ବର୍ତ୍ତମାନ ହ୍ବାଟ୍ସଆପ୍‌ ୟୁଜର ମେଟାର ନିଜସ୍ବ ଏଆଇ ଟୁଲ୍‌ ‘Meta AI’ର ବ୍ୟବହାର କରି ଚାଟ୍‌ଜିପିଟି ପରି ସୁବିଧା ପାଇପାରିବେ ।

ଯେଉଁ ସ୍ଥାନରେ ହାଇସ୍ପିଡ ଇଣ୍ଟରନେଟ ନାହିଁ ସେଠାରେ ୟୁଜର ଏହି ଏଆଇ ଟୁଲ୍‌ର ବ୍ୟବହାର କରିପାରିବେ । ଚାଟଜିପିଟିର ଲୋକପ୍ରିୟତା ବଢାଇବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା କୁହାଯାଉଛି । ହ୍ବାଟ୍ସଆପରେ 2 ବିଲିୟନ ୟୁଜର୍ସ ରହିଥିବା ବେଳେ କ୍ରିଏଟିଭ ରାଇଟିଂ, ପ୍ରୋଜେକ୍ଟ ପ୍ଲାନିଂ ସହିତ ଚାଟଜିପିଟି ସମସ୍ତ ବିଷୟରେ ତଥ୍ୟ ଦେଇପାରିବ । ହ୍ବାଟ୍ସଆପରେ ଚାଟଜିପିଟି ସହିତ ଲ୍ୟାଣ୍ଡଲାଇନ ଫୋନରେ ମଧ୍ୟ ଏହି ସୁବିଧା ମିଳିପାରିବ । ଆମେରିକା ଏବଂ କାନାଡାବାସୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । 1-800-CHATGPT  ଡାଏଲ କରିବା ଦ୍ବାରା  ଚାଟଜିପିଟିର ସମସ୍ତ ସୁବିଧା ପାଇପାରିବେ । ତେବେ ଏଥିପାଇଁ ୟୁଜର୍ସଙ୍କୁ କୌଣସି ସବସ୍କ୍ରିପସନ ନେବାକୁ ପଡିବ ନାହିଁ କିମ୍ବା କୌଣସି ଆକାଉଣ୍ଟ ଖୋଲିବ ନାହିଁ ।