ଆଜି ଶ୍ରୀଜୀଉଙ୍କ ହରିହର ବେଶ: ଅବକାଶ ନୀତି ପରେ ଅପୂର୍ବ ରୂପ ଧାରଣ କରିବେ ଚତୁର୍ଦ୍ଧାମୁରତୀ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ଅପୂର୍ବ ବେଶ ଧାରଣ କରିବେ ଚତୁର୍ଦ୍ଧାମୁରତୀ । ବଡ଼ ଦେଉଳରେ ମହାପ୍ରଭୁଙ୍କୁ ହରିହର ବେଶରେ ସଜ୍ଜିତ କରାଯିବ । ଅବକାଶ ନୀତି ପରେ ଶ୍ରୀଜଗନ୍ନାଥଙ୍କୁ ଏହି ବେଶରେ ସଜ୍ଜିତ କରାଯିବ । ରାଧାଦାମୋଦର ବେଶରେ ଦର୍ଶନ ଦେବେ ପ୍ରଭୁୂ ଶ୍ରୀ ଜଗନ୍ନାଥ । ଏହାପରେ ପୁଷ୍ପାଳକ ସେବକ ବଡ଼ ଠାକୁରଙ୍କୁ ହରିହର ବେଶ କରାଇବେ । ଶ୍ରୀଜଗନ୍ନାଥ ରାଧା ଦାମୋଦର ବେଶରେ ଶୋଭା ପାଇବେ । ମହାପ୍ରଭୁଙ୍କ ହରିହର ବେଶ ପାଇଁ ରହିଛି ସ୍ୱତନ୍ତ୍ର ନିୟମ । ଯଦି ଅମାବାସ୍ୟାରୁ ଶୁକ୍ଳ ଦଶମୀ ମଧ୍ୟରେ ସେମାବାର ପଡ଼େ, ତେବେ ମହାପ୍ରଭୁଙ୍କୁ ହରିହର ବେଶରେ ସଜ୍ଜିତ କରାଯାଏ । ଏହି ସୋମାବାର ଦିନ ହରିହର ବେଶରେ ଦର୍ଶନ ଦେଇଥାନ୍ତି ପ୍ରଗୁ ଶ୍ରୀଜଗନ୍ନାଥ ।