fbpx

ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି; ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ

ପୁରୀ: (ଓଡ଼ିଶା ଭାସ୍କର) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଜ ବେଶରେ ଦେଖି ବିମୋହିତ ହେବେ ଶ୍ରଦ୍ଧାଳୁ। ରାତି ପାହିଲେ ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଅନୁଭୂତି ପାଇବା ପାଇଁ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି । ଏଣୁ ସ୍ନାନ ମଣ୍ଡପ ଓ ବଡ଼ଦାଣ୍ଡ ସଜେଇ ହେବାରେ ଲାଗିଛି । ସ୍ନାନ ମଣ୍ଡପକୁ ଚିତ୍ରକରମାନେ ପାରମ୍ପରିକ ରଙ୍ଗରେ ସୁସଜ୍ଜିତ କରିଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଭୋର୍‌ ୫ଟାରୁ ପହଣ୍ଡି, ୩ଟା ୪୦ରୁ ଗଜବେଶ। ରାତି ସାଢ଼େ ୭ରୁ ସାଢ଼େ ୧୦ଟା ସାହାଣ ମେଲା ଦର୍ଶନ । ରାତି ୧୧ରେ ବେଶ ଓଲାଗି, ସାଢ଼େ ୧୧ରୁ ବାହୁଡ଼ା ପହଣ୍ଡି ।

ଶ୍ରୀ ବଳଭଦ୍ରଙ୍କ ପାଇଁ ଧଳା ରଙ୍ଗର ବେଶ ପ୍ରସ୍ତୁତ କରାଯାଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ କଳା ରଙ୍ଗର ବେଶ ପ୍ରସ୍ତୁତ କରାଯାଉଛି । ଠାକୁରଙ୍କ ଶ୍ରୀ ମସ୍ତକ ପାଇଁ ତରାସ ଓ ତାର ନିମ୍ନ ଅଂଶ ପାଇଁ ଡାଳି ନିର୍ମାଣ ହୋଇଛି । ମୁଖାରବିନ୍ଦରେ କିଆ ଫଳି ଲାଗି କରାଯିବ । ଚନ୍ଦ୍ରସୂର୍ଯ୍ୟ, ଛତି, କାନ, ଚିତା, ଥୋଡ଼ହସ୍ତ, ଅଧର, ତୋରନା ଓ ଗଜକୁମ୍ଭ ମଧ୍ୟ ତିଆରି କରାଯାଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ଦୁଇଟି ତଡକି, ନାକୁଆସି, ତରାସ, ଛତି ଓ ଚୁଳ ଏବଂ ଚିତା ଆଦି ବେଶ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.