fbpx

ଆସନ୍ତା ୨୩ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ-୨୦୨୩ ଆରମ୍ଭ ହେବାକୁ ଆଉ କମ୍ ଦିନ ବାକି ରହିଥିବା ବେଳେ ଅଧିକାଂଶ ଲୋକ ଏହି ଅବସରରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରୁଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଗତ ଦୁଇ ବର୍ଷ ଧରି କୋଭିଡ୍ ମହାମାରୀ ପାଇଁ ଅନେକ ଉତ୍ସବ, ପର୍ବପର୍ବାଣି ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ତାହା ପୁଣି ଆରମ୍ଭ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରସିଦ୍ଧ ହୀରାପୁର ଚଉଷଠୀ ଯୋଗିନୀ ପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଏହି ମହୋତ୍ସବ । ସେଥିପାଇଁ ହୀରାପୁର ଗ୍ରାମବାସୀ ଓ ନୃତ୍ୟ ପ୍ରତିଭା ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଗତକାଲି ମହାମାୟା ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଚଳିତ ବର୍ଷ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ନୃତ୍ୟ ପ୍ରତିଭା ଅନୁଷ୍ଠାନର ସଭାପତି ନିବେଦନ କରିଥିଲେ । ଏହି ଅବସରରେ ଚଳିତ ବର୍ଷର ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ, ଚଉଷଠୀ ଯୋଗିନୀ ଚିତ୍ରକଳା ସମ୍ମାନ, ଚଉଷଠୀ ଯୋଗିନୀ ନାଟ୍ୟ ସମ୍ମାନ, ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନ ଓ ଚଉଷଠୀ ଯୋଗିନୀ ନୃତ ପ୍ରତିଭା ସମ୍ମାନ ପାଇଁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମନୋନୀତ କରାଯାଇଥିଲା ।

Get real time updates directly on you device, subscribe now.