fbpx

ଶସ୍ତା ହେଲା LPG Gas ସିଲିଣ୍ଡର: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଗ୍ୟାସ୍

ନୂଆଦିଲ୍ଲୀ: ପୁଣିଥରେ ହ୍ରାସ ପାଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ସିଲିଣ୍ଡର ପିଛା ୩୦-୩୧ ଟଙ୍କା କମ୍ ମୂଲ୍ୟରେ ମିଳିପାରିବ ଗ୍ୟାସ୍ । ଏହି ଖବର ବର୍ତ୍ତମାନ ଉପଭୋକ୍ତାଙ୍କୁ ବେଶ୍ ଆଶ୍ୱସ୍ତି ପ୍ରଦାନ କରିଛି । ତେବେ ଏହି ପରିବର୍ତ୍ତନ ଘରୋଇ ଗ୍ୟାସ ସିଲିଣ୍ଡରରେ ଦେଖାଯାଇ ନାହିଁ । କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ଏହି ପରିବର୍ତ୍ତନ ରେକର୍ଡ କରାଯାଇଛି । ବ୍ୟବସାୟିକ ବ୍ୟବହାର ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ମାର୍କେଟରେ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍ ହ୍ରାସ କରାଯାଇଛି । ରାଜଦାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ଦାମ୍ ହ୍ରାସ ପାଇ ୧,୬୪୬ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ମଧ୍ୟ ଗ୍ୟାସ୍ ସିଲିଣ୍ଡର ଦାମ୍ ତଳମୁହାଁ ହୋଇଛି । ବର୍ତ୍ତମାନ ମୁମ୍ବାଇରେ ଏହି ସିଲିଣ୍ଡରର ମୂଲ୍ୟ ୧୫୯୮ ଟଙ୍କା ହୋଇଥିବା ବେଳେ କୋଲକାତାରେ ୧୭୫୬ ଟଙ୍କା ରହିଛି କମର୍ସିିଆଲ ଗ୍ୟାସ ଦର । ଚେନ୍ନାଇରେ ୧୮୦୯.୫୦ ଟଙ୍କାରେ ଏହି ସିଲିଣ୍ଡର ଉପଲବ୍ଧ ହୋଇପାରିବ ।

ତେବେ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୮୦୩ ଟଙ୍କା, ମୁମ୍ବାଇରେ ୮୦୨ ଟଙ୍କା ଏବଂ କୋଲକାତାରେ ୮୨୯ ଟଙ୍କା ରହିଛି । କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ ବ୍ୟବସାୟୀମାନଙ୍କ ପାଇଁ ଆଶ୍ୱସ୍ତି ଦେଇଛି । ବିଶେଷ କରି ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକ ମାନଙ୍କ ପାଇଁ ଏହି ମୂଲ୍ୟହ୍ରାସ ବେଶ୍ ଉପଯୋଗୀ ହୋଇପାରେ ।

Get real time updates directly on you device, subscribe now.