fbpx

ଶସ୍ତା ତେଲ ଦେଇ ଘାଟା ସହିଲା ଇଣ୍ଡିଆନ୍ ଅଏଲ୍‌: ସେପ୍ଟମ୍ବରରେ ତ୍ରୈୟମାସିକରେ ୨୭୨ କୋଟି କ୍ଷତି

ନୁଆଦିଲ୍ଲୀ: ସରକାରୀ ତେଲ ବିତରଣ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍‌ପୋରେସନ୍‌(ଆଇଓସି) ପାଇଁ ସେପ୍ଟମ୍ବରରେ ଶେଷ ହୋଇଥିବା ତ୍ରୈୟମାସିକ କ୍ଷତି ସହିତ ଶେଷ ହୋଇଛି। ଚାଲୁଥିବା ଆର୍ଥିକ ବର୍ଷର ଜୁଲାଇ-ସେପ୍ଟମ୍ବର ତ୍ରୈୟମାସରେ ଇଣ୍ଡିଆନ୍ ଅଏଲ୍‌ର ୨୭୨.୩୫ କୋଟି ଟଙ୍କା କ୍ଷତି ହୋଇଛି। ପେଟ୍ରୋଲ୍‌, ଡିଜେଲ୍ ଏବଂ ଇନ୍ଧନ ଏଲପିଜି ଗ୍ୟାସ୍ ପ୍ରକୃତ ମୂଲ୍ୟଠାରୁ କମ୍ ଦାମ୍‌ରେ ବିକ୍ରୟ ପାଇଁ ଲଗାତାର ଦ୍ୱିତୀୟ ତ୍ରୈୟମାସିକରେ କ୍ଷତି ସହିଛି କମ୍ପାନୀ।

କମ୍ପାନୀ ଏହାର ରେଗୁଲେଟାରୀ ଫାଇଲିଙ୍ଗରେ ଏନେଇ ସୂଚନା ଦେଇଛି। ଗତ ବର୍ଷ ସମାନ ତ୍ରୈୟମାସିକରେ କମ୍ପାନୀର ୬,୩୬୦.୦୫ କୋଟି ଟଙ୍କା ଲାଭ ହୋଇଥିବା ବେଳେ ଚଳିତ ୨୭୨.୩୫ କୋଟି ଟଙ୍କା କ୍ଷତି ହୋଇଛି। ଏହା ସହିତ ଚଳିତ ବର୍ଷର ପ୍ରଥମ ୬ ମାସର ହିାସବ ଦେଖିଲେ ଏପର୍ଯ୍ୟନ୍ତ କମ୍ପାନୀର ୨୨୬୪.୮୮ କୋଟି ଟଙ୍କା କ୍ଷତି ହୋଇଛି। ଯେତେବେଳ ଗଲାବର୍ଷ ସମାନ ସମୟରେ ୧୨,୩୦୧.୪୨ କୋଟି ଟଙ୍କା ଲାଭ ହୋଇଥିଲା।

ତେବେ କମ୍ପାନୀର ଚଳିତ ବର୍ଷ ନେଟ୍ କ୍ଷତି ହୋଇଥିଲେ ମଧ୍ୟ ରେଭିନ୍ୟୁ ସଂଗ୍ରହରେ ବୃଦ୍ଧି ପାଇଛି। ରେଗୁଲେଟରୀ ଫାଇଲିଙ୍ଗ ମୁତାବକ ଜୁଲାଇ-ସେପ୍ଟମ୍ବର ୨୦୨୨ରେ ଇଣ୍ଡିଆନ୍ ଅଏଲ୍‌କୁ ୨.୨୮ ଲକ୍ଷ କୋଟିର ପଚରିଚାଳନା ରେଭିନ୍ୟୁ ମିଳିଥିଲା। ଯେତେବେଳେ ଏହା ଏକ ବର୍ଷ ପୁର୍ବରୁ ୧.୬୯ ଲକ୍ଷ କୋଟି ଥିଲା। ଦେଶରେ ଜାରୀ ରହିଥିବା ମହଙ୍ଗା ମାଡ଼ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତ ଦେବା ପାଇଁ କମ୍ପାନୀ ସରକାରଙ୍କ ସହିତ ମିଶି ଲମ୍ବା ସମୟ ଧରି ରିହାତି ଦରରେ ପେଟ୍ରୋଲ, ଡିଜେଲ୍ ଏବଂ ଏଲପିଜି ଗ୍ୟାସ୍ ଦେବାକୁ ନିଷ୍ପତି ନେଇଥିଲା । ଏଭଳି ନିଷ୍ପତି ପାଇଁ ଇଣ୍ଡିଆନ୍ ଅଏଲ୍ ସମେତ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଏବଂ ଭାରତ ପେଟ୍ରୋଲିୟମ ମଧ୍ୟ ସମାନ ଭାବେ କ୍ଷତି ସହିଛନ୍ତି । ରିପୋର୍ଟ ମୁତାବକ ଚଳିତ ବର୍ଷର ପ୍ରଥମ ତ୍ରୈୟମାସିକରେ ଇଣ୍ଡିଆନ୍ ଅଏଲ୍ ୧୯୯୨.୫୩ କୋଟି ଟଙ୍କାର କ୍ଷତି ସହିଥିଲା ।

 

Get real time updates directly on you device, subscribe now.