fbpx

ସବୁଠୁ ଶସ୍ତା ଆଇଫୋନ୍ ୧୨, ମିଳିବ ମାତ୍ର ୪୧,୯୯୯ ଟଙ୍କାରେ; ଜାଣନ୍ତୁ ଆମାଜନ୍-ଫ୍ଲିପକାର୍ଟରେ କଣ ରହିଛି ଅଫର୍

Advertisement

ନୂଆଦିଲ୍ଲୀ: କଣ ଆପଣ ମାନେ ବି iPhone 12 କିଣିବାକୁ ଚାହୁଁଛନ୍ତି? ତାହେଲେ ଆମାଜନ୍ ଓ ପ୍ଲିପକାର୍ଟରେ ଏହି ଫୋନ୍ ରେ ଜବରଦସ୍ତ ଅଫର୍ ଦିଆଯାଉଛି । ଅଫର୍ ଦ୍ୱାରା ଆପଣ ମାନେ ଏହି ସ୍ମାର୍ଟଫୋନ୍ କୁ ଡିସକାଉଣ୍ଟ୍ ଓ ଏକ୍ସଚେଞ୍ଜ ଅଫର୍ ସହିତ କିଣିପାରିବେ । ଏଠାରେ ଆମେ ଆପଣ ମାନଙ୍କୁ ୱେବସାଇଟ୍ ରେ ଦିଆଯାଉଥିବା ଅଫର୍ ସମ୍ପର୍କରେ କହିବାକୁ ଯାଉଛୁ । ଆମାଜନ୍ ରେ ଆଇଫୋନ୍ ୧୨କୁ ୪୧,୯୯୯ ଟଙ୍କା ଓ ଫ୍ଲିପକାର୍ଟରେ ୪୪,୩୪୯ ଟଙ୍କାରେ କିଣାଯାଇପାରିବ ।

ଆଇଫୋନ୍ ୧୨ର ୬୪ ଜିବି ଭାରିଆଣ୍ଟ୍ କୁ ଆମାଜନ୍ ରେ ୧୪ ପ୍ରତିଶତ ଡିସକାଉଣ୍ଟ୍ ସହିତ ବିକ୍ରି କରାଯାଉଛି । ଏହା ଦ୍ୱାରା ଫୋନ୍ ର ଦାମ୍ ୬୫,୯୦୦ ଟଙ୍କାରୁ ହ୍ରାସ ପାଇ ୫୬,୯୯୯ ଟଙ୍କା ହୋଇଯାଉଛି । ଏହାସହିତ ଏହି ଫୋନ୍ ଉପରେ ୧୫ ହଜାର ଟଙ୍କା ଏକ୍ସଚେଞ୍ଜ ଅଫର୍ ମଧ୍ୟ ଉପଲବ୍ଧ ରହିଛି । ଯାହାପରେ ଫୋନ୍ ର ଦାମ୍ ହେଉଛି ୪୧,୯୯୯ ଟଙ୍କା । ଏହି ଅଫର୍ ୨୫୬ ଜିବି ଭାରିଆଣ୍ଟ୍ ରେ ମଧ୍ୟ ରହିଛି ।

ସେହିପରି ଫ୍ଲିପକାର୍ଟରେ ଆଇଫୋନ୍ ୧୨(୬୪ଜିବି)କୁ ୬୦,୧୯୯ ଟଙ୍କାରେ କିଣାଯାଇପାରିବ । ଏହି ଇ-କମର୍ସ ସାଇଟ୍ ରେ ଆଇଫୋନ ୧୨ ଉପରେ ୮ ପ୍ରତିଶତ ଡିସକାଉଣ୍ଟ୍ ଦିଆଯାଉଛି । ଅର୍ଥାତ୍ ଫୋନ୍ ଟିକୁ ୫,୭୦୧ ଟଙ୍କାରେ କିଣାଯାଇପାରିବ । ଆପଣ କୁପନ୍ ଓ ଅନ୍ୟାନ୍ୟ ବ୍ୟାଙ୍କ ଅଫର୍ ଦ୍ୱାରା ଦାମ୍ କମାଇପାରିବେ । ଏହି କ୍ରମରେ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ୟୁଜର୍ସ ୫ ପ୍ରତିଶତ ଡିସକାଉଣ୍ଟ୍ ସହିତ ଅନଲିମିଟେଡ୍ କ୍ୟାସବ୍ୟାକ୍ ପାଇପାରିବେ ।

Get real time updates directly on you device, subscribe now.