fbpx

ସାନିଟାଇଜର୍‌ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ୧୫ ମହିଳାଙ୍କ ସମେତ ୧୮ ଜୀବନ୍ତଦଗ୍ଧ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ପୁଣେ, (ଓଡ଼ିଶା ଭାସ୍କର): ମହାରାଷ୍ଟ୍ରର ପୁଣେଠାରୁ ୧୬ କି.ମି. ଦୂରରେ ଥିବା ପିରାଙ୍ଗୁଟ୍‌ ନିକଟସ୍ଥ ଉରାୱାଡେ ଗ୍ରାମସ୍ଥିତ ଏକ ସାନିଟାଇଜର ପ୍ଲାଣ୍ଟରେ ସୋମବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଏହି ଘଟଣାରେ ୧୮ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ୧୮ ମୃତକଙ୍କ ମଧ୍ୟରେ ୧୫ଜଣ ମହିଳା ବୋଲି ଜଣାପଡ଼ିଛି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଅଗ୍ନିକାଣ୍ଡ ବେଳେ ସାନିଟାଇଜର ପ୍ଲାଣ୍ଟ ମଧ୍ୟରେ ପ୍ରାୟ ୩୭ ଜଣ ଶ୍ରମିକ ରହିଥିଲେ । ଏସ୍‌ଭିଏସ୍‌ ଆକ୍ୱା ଟେକ୍ନୋଲୋଜି ନାମକ ଏହି ପ୍ଲାଣ୍ଟ ଏକ ମିଡ୍‌ ରେଞ୍ଜ୍‌ ଫାର୍ମ ବୋଲିସୂଚନା ମିଳିଛି । ପ୍ଲାଣ୍ଟରେ କେମିକାଲ୍‌ ୱାଟର ବିଶୋଧନ ବେଳେ ଅସାବଧାନତା ଯୋଗୁଁ ଏପରି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକସ୍ତରରେ ଅନୁମାନ କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହ ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ସେମାନେ ପ୍ଲାଣ୍ଟ ମଧ୍ୟରେ ଫସି
ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ । ପ୍ରଥମେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭ ଜଣଙ୍କ ଶବ ମିଳିଥିଲା । ନିଆଁ ଆୟତ୍ତ ହେବା ପରେ ଆଉ ୧୦ ଜଣଙ୍କ ଶବ ମିଳିଛି । ସେହିପରି ଉଦ୍ଧାର ହୋଇଥିବା ୨୦ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ପ୍ରାଣ
ହରାଇଛନ୍ତି । ଅଗ୍ନିଶମ ବାହିନୀର ୬ ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଏବେ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ କୁଲିଂ ପ୍ରୋସେସ ଜାରି ରହିଛି ।

Get real time updates directly on you device, subscribe now.