fbpx

କୋଭାକ୍ସିନ୍‌ ଅପେକ୍ଷା ଅଧିକ ଆଣ୍ଟିବଡି ତିଆରି କରୁଛି କୋଭିସିଲ୍ଡ: ଅଧ୍ୟୟନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ବିରୁଦ୍ଧ ଲଢେଇ ପାଇଁ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହେଉଛି । ଏହି ସମୟରେ, କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ ସେ ନେଇ ଅନେକ ବିତର୍କ ଚାଲିଛି । ଏକ ରିସର୍ଚ୍ଚ ରିପୋର୍ଟ ଦାବି କରାଯାଇଛି ଯେ, କୋଭାକ୍ସିନ୍‌ ତୁଳନାରେ କୋଭିସିଲ୍ଡ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି ।

ଏହି ପରୀକ୍ଷା ଟିକାର ଉଭୟ ଡୋଜ୍‌ ନେଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଶରୀରରେ କରାଯାଇଥିଲା । ଏହି ଅନୁସନ୍ଧାନ କରୋନା ଭ୍ୟାକ୍ସିନ୍‌ ପ୍ରେରିତ ଆଣ୍ଟିବଡି ଟାଇଟର୍‌ ଅର୍ଥାତ୍‌ କୋଭାଟ୍‌ ଦ୍ୱାରା କରାଯାଇଛି ।ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, କୋଭିଶିଲ୍ଡ ନେଉଥିବା ଲୋକଙ୍କ ମଧ୍ୟରେ ଆଣ୍ଟି-ସ୍ପାଇକ୍‌ ଆଣ୍ଟିବଡି ସହିତଜଡିତ ସେରୋପଜିଟିଭିଟି ହାର କୋଭାକ୍ସିନ୍‌ ଗ୍ରହଣ କରୁଥିବା ଲୋକଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା । ତଥାପି, ଏହି ଅନୁସନ୍ଧାନ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହି। ତେଣୁ, ଏହାକୁ ବର୍ତ୍ତମାନ କ୍ଲିନିକାଲ ଅଭ୍ୟାସରେ ବ୍ୟବହାର କରାଯାଇପାରିବ ନାହିଁ ।

Get real time updates directly on you device, subscribe now.