fbpx

IPL ଠିକ ପୂର୍ବରୁ ଲଞ୍ଚ ହେଲା ଚେନ୍ନାଇ ଜର୍ସି: ଦେଖନ୍ତୁ ଗତବର୍ଷ ଅପେକ୍ଷା କଣ ପରିବର୍ତ୍ତନ ଆଣିଛି CSK

ନୂଆଦିଲ୍ଳୀ: ସରିଲା ପ୍ରଶଂସକଙ୍କ ସବୁ ଅପେକ୍ଷା । ଇଣ୍ଡିଆନ ପ୍ରିମିୟର ଲିଗର ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସ ଲଞ୍ଚ କରିଛି ନୂଆ ସିଜନର ନୂଆ ଜର୍ସି । ୨୦୨୨ର ପ୍ରାରମ୍ଭ ମ୍ୟାଚ ଗତବର୍ଷର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ମାର୍ଚ୍ଚ ୨୬ ତାରିଖରେ ଖେଳାଯିବାକୁ ଥିବା ବେଳେ ଏହାର କିଛି ଦିନ ପୂର୍ବରୁ ଚେନ୍ନାଇ ନିଜ ଜର୍ସି ରିଭିଲ କରିଛି । ଏ ନେଇ ଚେନ୍ନାଇ ସୁପର କିଙ୍ଗସ ଟ୍ୱିଟରରେ ଏକ ଭିଡିଓ ଅପଲୋଡ କରିଛି । ଏହି ଭିଡିଓରେ ଦଳର ଷ୍ଟାର ଖେଳାଳି ଋତୁରାଜ ଗାଏକ୍ୱାଡ, ରବିନ୍ଦ୍ର ଜାଡେଜାଙ୍କ ସହିତ କ୍ୟାପଟେନ କୁଲ ମାହି ନୂଆ ଜର୍ସିରେ ନିଜର ନୂଆ ଲୁକରେ ଦେଖିବାକୁ ମିଳଛନ୍ତି ।

ଚଳିତ ସିଜନ ପାଇଁ ଲଞ୍ଚ କରିଥିବା ଜର୍ସିରେ ବିଶେଷ କିଛି ବଡ ପରିବର୍ତ୍ତନ କରିନାହିଁ ଚେନ୍ନାଇ । ତେବେ ବଡ ପରିବର୍ତ୍ତନ ଭାବରେ ଟିମର ସ୍ପନସର ଅନଲାଇନ ସପିଙ୍ଗ କମ୍ପାନୀ ମିଣ୍ଟ୍ରାର ସ୍ଥାନ ନେଇଛି ଟିଭିଏସ ୟୁରୋଗ୍ରିପ । ତେଣୁ ଚଳିତ ସିଜନରେ ଜର୍ସିରେ ସାମନା ଭାଗରେ ମିଣ୍ଟ୍ରା ବଦଳରେ ଏହି କମ୍ପାନୀର ଲୋଗୋ ଦେଖିବାକୁ ମିଳିବ । ଅନ୍ୟ ପରିବର୍ତ୍ତନ ଭିତରେ ଜର୍ସିର ବାମ ପଟ ଛାତିରେ ଚେନ୍ନାଇ ଲୋଗୋ ଉପରେ ୩ ବଦଳରେ ୪ଟି ଷ୍ଟାର ଦେଖିବାକୁ ମିଳିବ । ଲିଗରେ ୪ ଥର ଟାଇଟଲ ହାସଲ କରିଥିବାରୁ ଏହି ଷ୍ଟାର ସଂଖ୍ୟାରେ ବୃଦ୍ଧି କରିଛି ଚେନ୍ନାଇ । ଜର୍ସିର କାନ୍ଧରେ ମଧ୍ୟ ଏକ ସ୍ୱତନ୍ତ୍ର ପାଟର୍ଣ୍ଣ ତିଆରି ହୋଇଛି । ତେବେ ପୂର୍ବ ପରି ସିଂହର ଚିତ୍ର ଜର୍ସିରେ ଅପରିବର୍ତ୍ତିତ ରହିବ । ଏହି ଭିହିଓର ଶେଷରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜର୍ସି ଏବଂ ନମ୍ବର ୭କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି ।

IPL 2022: MS Dhoni-led Chennai Super Kings unveil new-look Jersey with TVS Eurogrip Tyres as principal sponsor - myKhel

 

Get real time updates directly on you device, subscribe now.