fbpx

୪୧ବିମାନ ବନ୍ଦର, ୬୦ହସ୍ପିଟାଲ ଉଡ଼ାଇବାକୁ ଧମକ; ବୋମା ମାଡ଼ କରିବାକୁ ଦୁର୍ବୃତ୍ତଙ୍କ ଚିଠି

Advertisement

ମୁମ୍ୱାଇ: ମଙ୍ଗଳବାର ସିଏସଏମଆଇଏ ସମେତ ଦେଶର ୪୧ଟି ବିମାନବନ୍ଦରରେ ବୋମା ଧମକପୂର୍ଣ୍ଣ ଇମେଲ୍ ଆସିଛି। ତେବେ ଏହି ସବୁ ଧମକ ମିଥ୍ୟା ପ୍ରମାଣିତ ହୋଇଛି। ମୁମ୍ବାଇ ବିମାନ ବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଧମକ ବିମାନ ସେବାକୁ ପ୍ରଭାବିତ କରିନାହିଁ। ସମସ୍ତ ବିମାନବନ୍ଦରକୁ ମିଳିଥିବା ଇମେଲ୍ ରେ ପ୍ରାୟ ସମାନ ବାର୍ତ୍ତା ଥିଲା।

ମେସେଜରେ ଲେଖାଯାଇଛି, ”ହାଇ, ଏୟାରପୋର୍ଟରେ ବୋମା ଲୁଚାଇ ରଖାଯାଇଛି। ଖୁବ୍ ଶୀଘ୍ର ଏହା ବିସ୍ଫୋରଣ ହେବ।” ଏହି ମିଥ୍ୟା ଧମକପୂର୍ଣ୍ଣ ଇମେଲ୍ ପଛରେ ‘କେଏନ୍ଆର୍’ ନାମକ ଏକ ଅନଲାଇନ୍ ଗ୍ରୁପ୍ ର ହାତ ଥିବା ସନ୍ଦେହ କରାଯାଉଛି।

ସବୁଠୁ ବଡ଼ କଥା ଗତ ଦୁଇ ଦିନ ମଧ୍ୟରେ ମୁମ୍ବାଇର ପ୍ରାୟ ୬୦ଟି ହସ୍ପିଟାଲକୁ ବୋମା ଧମକ ମିଳିଛି। ଏଥିରେ ଉଭୟ ଘରୋଇ ଓ ସରକାରୀ ଡାକ୍ତରଖାନା ରହିଛି। ଇ-ମେଲ୍ ପାଇବା ପରେ ଡାକ୍ତରଖାନା ଗୁଡ଼ିକ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ଏବଂ ଗଭୀର ତଦନ୍ତ କରାଯାଇଥିଲା।

ଇ-ମେଲରେ କୁହାଯାଇଛି ଯେ ବୋମାଗୁଡ଼ିକ ହସ୍ପିଟାଲ ବେଡ୍ ତଳେ ଏବଂ ଶୌଚାଳୟରେ ରଖାଯାଇଥିଲା। ସଙ୍ଗେ ସଙ୍ଗେ ହସ୍ପିଟାଲରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ କିଛି ମିଳିନଥିଲା।

ସେପଟେ ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନକୁ ମଙ୍ଗଳବାର ରାତି ୧୦ଟା ୨୪ମିନିଟରେ ବୋମା ଧମକ ମିଳିଥିଲା। ଏହାପରେ ବିମାନକୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା।

ଅବତରଣ ପରେ ବିମାନକୁ ଆଇସୋଲେସନ ବେକୁ ନିଆଯାଇଥିଲା, ଯେଉଁଠାରେ ସିଆଇଏସଏଫ ଯବାନମାନେ ଏହାକୁ ଭଲ ଭାବେ ଯାଞ୍ଚ କରିଥିଲେ। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି, ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି।

Get real time updates directly on you device, subscribe now.