ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରଥମ ୨ଟି ସ୍ଲଟରେ ଚୁପ୍ ରହିଥିଲା ଚେନ୍ନାଇ ସୁପର କିଙ୍ଗସ । କିନ୍ତୁ ବ୍ୟାଟର ସ୍ଲଟ ଆରମ୍ଭ ମାତ୍ରେ ଚେନ୍ନାଇ ଚମତ୍କାର ଚାଲ୍ କେଳିଛି । ଏକା ସାଙ୍ଗରେ ୨ ଜଣ ଷ୍ଟାର ବ୍ୟାଟରଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ । ଆସନ୍ତା ସିଜନ ପୂର୍ବରୁ ରିଲିଜ କରିଥିବା ଷ୍ଟାର ଓପନର ଡିଭନ କନୱେଙ୍କୁ ପୁଣିଥରେ ଦଳରେ ସାମିଲ କରିଛି ସିଏସକେ । ଚଳିତବର୍ଷର ପ୍ରଥମ ଖେଳାଳି ଭାବରେ ଡିଭନ୍ କନୱେଙ୍କୁ ନିଲାମୀରେ ସାମିଲ କରାଯାଇଛି । ଏହାସହିତ ଆଗାମୀ ସିଜନ ପାଇଁ ଆଉ ଜଣେ ଷ୍ଟାର ଓପନର ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ମେଗା ଅକ୍ସନରେ ରାହୁଲ ତ୍ରିପାଠୀଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ ନିଜ ଦଳରେ ସାମିଲ କରିଛି । ମେଗା ଅକ୍ସନରେ ଚେନ୍ନାଇ କନୱେଙ୍କ ପାଇଁ ୬.୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାହୁଲ ତ୍ରିପାଠୀଙ୍କୁ ୩.୪ କୋଟିରେ ଦଳରେ ସାମିଲ କରିଛି ।
WE GO WAY BACK!🥳#WhistlePodu #SuperAuction pic.twitter.com/riq3zqHBWt
— Chennai Super Kings (@ChennaiIPL) November 24, 2024
🦁🚨LION ALERT 🚨🦁
Welcome to Anbuden, Rahul Tripathi! 💪🏻💛#SuperAuction #UngalAnbuden— Chennai Super Kings (@ChennaiIPL) November 24, 2024