fbpx

ଦଳରୁ Suspend ହେଲେ ଚେତେଶ୍ୱର ପୂଜାରା: ଖରାପ ଆଚରଣ ଯୋଗୁଁ ଷ୍ଟାର କ୍ରିକେଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ତଥା ସିନିୟର ବ୍ୟାଟର ଚେତେଶ୍ୱର ପୂଜାରାଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ନିଜ ଶାନ୍ତ ସ୍ୱାଭବ ପାଇଁ ସମସ୍ତଙ୍କ ପ୍ରିୟଭାଜନ ହୋଇଥିବା ପୂଜାରା ଦଳ ତରଫରୁ ଦଣ୍ଡିତ ହୋଇଛନ୍ତି । କ୍ରିକେଟ ପଡ଼ିଆରେ ତାଙ୍କୁ ପ୍ରାୟତଃ ଶାନ୍ତ ଏବଂ ନମ୍ର ଭାବରେ ପାଇଛନ୍ତି କ୍ରିକେଟପ୍ରେମୀ । କିନ୍ତୁ ବର୍ତ୍ତମାନ ପଡ଼ିଆରେ ଖରାପ ଆଚରଣ ଯୋଗୁଁ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ଏହି ଘଟଣା ବର୍ତ୍ତମାନ ଫ୍ୟାନ୍ସଙ୍କୁ ଏକ ଝଟକା ଦେଇଛି ।

ସୂଚନା ଅନୁସାରେ, ଇଂଲଣ୍ଡରେ ଜାରି ରହିଥିବା କାଉଣ୍ଟି ଚମ୍ପିଆନସିପରେ ସସେକ୍ସ କାଉଣ୍ଟି କ୍ରିକେଟ କ୍ଲବକୁ ୧୨ ପଏଣ୍ଟର ଜରିମାନା ଲାଗୁ ହୋଇଛି । ଫଳରେ ଦଳର ଅଧିନାୟକ ଚେତେଶ୍ୱର ପୂଜାରାଙ୍କୁ ଏକ ମ୍ୟାଚ ପାଇଁ ନିଲମ୍ବନ କରାଯାଇଛି । ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି) ଦ୍ୱାରା ସ୍ଥାପିତ ନିୟମ ଅନୁସାରେ, ଏହା ବ୍ୟବସାୟିକ ଆଚରଣ ଅଧୀନରେ ଆସିଛି । ଗୋଟିଏ ସିଜନରେ ସସେକ୍ସ ଦଳକୁ ୪ଥର ନିଶ୍ଚିତ ପେନାଲ୍ଟି ମିଳିବା ପରେ ଦଳର ଅଧିନାୟକଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି । ତେଣୁ ଆସନ୍ତା ମ୍ୟାଚ ପାଇଁ ଚେତେଶ୍ୱର ପୂଜାରାଙ୍କୁ ନିଲମ୍ବନ ଆଦେଶ ଜାରି ହୋଇଛି ।

ଇସିବିର ବୟାନ ଅନୁସାରେ, ‘ଡିସେମ୍ବର ୧୩ ତାରିଖରେ ଲିସେଷ୍ଟରଶାୟର ବିପକ୍ଷ ମ୍ୟାଚରେ କାଉଣ୍ଟି ଚମ୍ପିଆନସିପ ମ୍ୟାଚରେ ୨ ଅତିରିକ୍ତ ପେନାଲ୍ଟି ପଏଣ୍ଟ ପାଇଥିଲା ସସେକ୍ସ । ଏହାସହିତ ସସେକ୍ସ ସିସିସି ଏହି ସଜିନରେ ମୋଟ ୪ଟି ପେନାଲ୍ଟି ପଏଣ୍ଟ ପାଇଥିଲା । ତେଣୁ ଦଳର ଅଧିନାୟକ ପଦରେ ଥିବା ଚେତେଶ୍ୱର ପୂଜାରାଙ୍କୁ ଏହାର ପରିଣାମ ସ୍ୱରୂପ ଗୋଟିଏ ମ୍ୟାଚ ପାଇଁ ନିଲମ୍ବନ ଆଦେଶ ଜାରି ହୋଇଛି ।

ତେବେ ଇସିବିର ନିୟମ ଅନୁସାରେ ଦଳର ଅଧିନାୟକଙ୍କ ଉପରେ ଲାଗିଥିବା ସସପେଣ୍ଡ ଆଦେଶକୁ ଗ୍ରହଣ କରିଛି ସସେକ୍ସ । ତେବେ ନିଲମ୍ବନ ପୂର୍ବରୁ ପଡ଼ିଆରେ ହୋଇଥିବା ଏହି ମାମଲାରେ ଟମ୍ ହାମ୍ସ, ଜ୍ୟାକ କାର୍ସନଏବଂ ଏରୀ କାରୱେଲ୍ସ ପ୍ରମୁଖ ଖେଳାଳି ସାମିଲ ରହିଥିଲେ । ଡର୍ବିଶେୟାର ବିପକ୍ଷ ଆଗାମୀ ମ୍ୟାଚରେ ଏହି ଖେଳାଳିମାନଙ୍କୁ ଦଳରେ ସ୍ଥାନ ଦିଆଯାଇ ନାହିଁ ।

Get real time updates directly on you device, subscribe now.