fbpx

କାଲି ଫିକା ପଡିଥିଲା, ଆଜି ଜମିବ ଛାଡଖାଇ : ଆମିଷ ବଜାରରେ ମାଛ, ମଟନ୍ ,ଚିକେନର ଚାହିଦା

Advertisement

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କାର୍ତ୍ତିକ ମାସ ସରିଲେ ଛାଡଖାଇ କଥା ସମସ୍ତଙ୍କର ମନେ ପଡେ । ମାସ ତମାମ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି । ଏହି ଦିନ ଶେଷ ହେବା କ୍ଷଣି ଆରମ୍ଭ ହୋଇଥାଏ ଛାଡଖାଇ । ତେବେ ଚଳିତ ବର୍ଷ ଛାଡଖାଇ ଶନିବାରରେ ପଡିଥିବାରୁ ସହରୀବାସୀଙ୍କ ମନରେ ସତେଟା ଉତ୍ସାହ ପରିଲକ୍ଷିତ ହୋଇନାହିଁ । ତେବେ ଆଜି ଜମିବ ଅସଲ ଛାଡ଼ଖାଇ। ରବିବାର ଆମିଷ ବାର ହୋଇଥିବାରୁ ଆଇଁଷ ବଜାର ଠାରୁ ଆରମ୍ଭ କରି ବିଭିନ୍ନ ହେଟୋଲ ରେଷ୍ଟୁରାଣ୍ଟରେ ଜମିବ ଭିଡ଼।

ଶନିବାର ଦୁଇ ପଇସା ରୋଜଗାର କରିବା ଆଶାରେ ଆମିଷ ବ୍ୟବସାୟୀମାନେ ମାଛ, ମାଂସ, ଅଣ୍ଡା ମହଜୁତ ରଖିଥିବାବେଳେ ସେପଟେ ଛାଡଖାଇରେ ବେପାର ମାନ୍ଦା ହେବା ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି । ଅପରପକ୍ଷେ ରବିବାର ଆମିଷ ବଜାର ଜୋରଦାର ହେବ ବୋଲି ବ୍ୟବସାୟୀମାନେ ଆଶା ବାନ୍ଧି ବସିଛନ୍ତି । ଶନିବାର ବଜାରରେ ମଟନ୍‌ କିଲୋ ୭୫୦ ଟଙ୍କାରେ ବିକ୍ରି ହୋଇଥିବାବେଳେ ମାଛ କିଲୋ ପ୍ରତି ୨୦୦ ଟଙ୍କା, କଙ୍କଡା କିଲୋ ପ୍ରତି ୨୦୦ରୁ ୧୪୦୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡିଛି । ସେହିପରି ଇଲିସ୍‌ କିଲୋପ୍ରତି ୭୦୦ ରୁ ୨୦୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପାପଲେଟ୍‌ ୩୫୦ ଟଙ୍କାରେ ବିକ୍ରି ହେଉଛି ।

Get real time updates directly on you device, subscribe now.