fbpx

ଗରିବ ବିଦ୍ୟାର୍ଥୀଙ୍କୁ ହେଲିକପ୍ଟରରେ ଉଡାଇଲେ ମୁଖ୍ୟମନ୍ତ୍ରୀ, ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ହୋଇଥିଲେ ଟପ୍ପର

ରାୟପୁର:ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଗରିବ ବିଦ୍ୟାର୍ଥୀଙ୍କୁ ହେଲିକପ୍ଟର ଜୟରାଇଡ୍ କରାଇଛନ୍ତି । ଏହା ପୂର୍ବରୁ ମଧ୍ୟ ୨୦୨୨ରେ ମୁଖ୍ୟମନ୍ତ୍ରୀ ୧୨୫ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ହେଲିକପ୍ଟର ଜୟରାଇଡ୍ କରାଇଥିଲେ ।

ଛତିଶଗଡ ମାଧ୍ୟମିକ ଶିକ୍ଷା ମଣ୍ଡଳ ଦ୍ୱାରା ଆୟୋଜିତ ୧୦ମ ଓ ଦ୍ୱାଦଶ ପରୀକ୍ଷାରେ ଟପ୍ପର ତାଲିକାରେ ରହିଥିବା ଗରିବ ଶ୍ରମିକ ଓ କୃଷକ ପରିବାରର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ବାଘେଲା ଆଜି ହେଲିକାପ୍ଟର ଜୟରାଇଡ୍ କରାଇଛନ୍ତି । ୨୦୨୩ ବାର୍ଷିକ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ୭୮ ଜଣ ଛାତ୍ର ଛାତ୍ରୀ ଆଜି ପ୍ରଥମ ଥର ଲାଗି ହେଲିକପ୍ଟରରେ ଉଡିବାର ସୁଯୋଗ ପାଇଛନ୍ତି । ଲଗାତର ଦ୍ୱିତୀୟ ବାର ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶ୍ରୁତିି ପୂରଣ କରିବାକୁ ଯାଇ ସ୍କୁୁଲ ଶିକ୍ଷା ମନ୍ତ୍ରୀ ପ୍ରେମ ସାୟ ସିଂହ ଟେକାମଙ୍କୁ ଏହାର ତଦାରଖ ଲାଗି ନିଯୁକ୍ତ କରିଥିଲେ । ସ୍କୁୁଲ ଶିକ୍ଷା ମନ୍ତ୍ରୀ ସବୁଜ ପତାକା ଦେଖାଇବା ପରେ ହେଲିକପ୍ଟର ଉଡାଣ ଆରମ୍ଭ କରିଥିଲା ।

ଏ ସଂପର୍କରେ ଜଣେ କୃଷକଙ୍କ କନ୍ୟା ନିର୍ଦ୍ଧିଷ୍ଟ ଏକ ସମାଚାରପତ୍ରକୁ ନିଜର ଅନୁଭବ ସେୟାର କରିଛନ୍ତି । ଧମତରୀ ଜିଲ୍ଲା ଗୀତକାରଗୁଡା ଗ୍ରାମରେ ରହୁଥିବା ମେଧାବୀ ବିଦ୍ୟାର୍ଥୀ ଦୀପିକା ୧୦ ଶ୍ରେଣୀ ପରୀକ୍ଷାରେ ୭୮.୩୩ ପ୍ରତିଶତ ମାର୍କ ରଖିଛନ୍ତି । ଦୀପିକାଙ୍କ ମା ବାପା ବିଲରେ ଚାଷ ବାସ କରନ୍ତି । ହେଲିକପ୍ଟରରେ ଉଡିବା ନେଇ ଦୀପିକା କହିଛନ୍ତି ତାଙ୍କୁ ଆଜି ବହୁତ ଭଲ ଲାଗିଛି । ସେ କହିଛନ୍ତି ମୁଁ କେବେ ଭାବି ନ ଥିଲି ଯେ, ହେଲିକପ୍ଟରରେ ଚଢିବି । ମୁଖ୍ୟମନ୍ତ୍ରୀ ମୋତେ ଏହି ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।

ସେହିପରି ଅନ୍ୟ ଜଣେ ମେଧାବୀ ଛାତ୍ରୀ ହେଉଛନ୍ତି ପ୍ରତିଜ୍ଞା ଯିଏକି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୮୪.୦୬ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନରେ ଅଛନ୍ତି । ନାରାୟଣପୁର ଜିଲ୍ଲା ଜୀବଲାପଦର ଗ୍ରାମର ପ୍ରତିଜ୍ଞାଙ୍କ ମାତାପିତା ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି । ପ୍ରତିଜ୍ଞା କହିଛନ୍ତି ମୁଖ୍ୟମନ୍ତ୍ରୀ ଆମକୁ ଆଜି ସବୁଠୁ ବଡ ଖୁସି ଆଣି ଦେଇଛନ୍ତି । ସେ ଆଗକୁ ପାଠ ପଢି ଏରୋସ୍ପେସ୍ କ୍ଷେତ୍ରରେ କ୍ୟାରିଅର ଗଢିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.