fbpx
BJD
BJD SKY
BJD SKY

୭ ଘଣ୍ଟାରେ ୧୦୦ ବନ୍ଧ୍ୟାକରଣ ଅସ୍ତ୍ରୋପଚାର; ଡାକ୍ତରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମାତ୍ର ୭ ଘଣ୍ଟାରେ ୧୦୦ରୁ ଅଧିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର । ଶୁଣିବାକୁ ଅବାସ୍ତବ ଲାଗୁଥିଲେ ମଧ୍ୟ ଏମିତି ଏକ ଘଟଣା ଘଟିଛି ଛତିଶଗଡରେ । ଛତିଶଗଡର ସୁରଗୁଜାରେ ଏକ ସରକାରୀ କ୍ୟାମ୍ପରେ ଏମିତି ଘଟଣା ଘଟିଥିଲା । ଅଗଷ୍ଟ ୨୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଡାକ୍ତରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯଦିଓ କୌଣସି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନାହିଁ ତଥାପି ସରକାରଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସରକାରୀ ନିୟମ ଅନୁସାରେ ଜଣେ ଡାକ୍ତର ଗୋଟିଏ ଦିନରେ ସର୍ବାଧିକ ୩୦ଟି ଅପରେସନ କରିବାର ନିୟମ ରହିଛି ।

ସୁରଜୁଗାରେ ଅଗଷ୍ଟ ୨୭ ତାରିଖରେ ମାଗଣା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା । ଆଦିବାସୀ ବହୁଳ ଏହି ଅଞ୍ଚଳରେ ଅସ୍ତ୍ରୋପଚାର ପାଇଁ ଅଧିକ ସଂଖ୍ୟକ ମହିଳା ଉପସ୍ଥିତ ରହିଥିଲେ । ଏହା ସହିତ ସରକାରୀ ଡାକ୍ତର ଜଣକ ଏକାକୀ ୧୦୧ ମହିଳାଙ୍କ ଅସ୍ତ୍ରୋପଚାର କରାଇଥିଲେ । କେଉଁ କାରଣରୁ ସରକାରୀ ଗାଇଡଲାଇନ ଉଲ୍ଲଂଘନ କରାଯାଇଥିଲା ତାର ରିପୋର୍ଟ ଦାଖଲ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ସଚିବ ଅଶୋକ ଶୁକ୍ଲା । ଏହା ସହିତ ୩ ଜଣିଆ କମିଟିକୁ ମଧ୍ୟ ଏହି ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଉପାନ୍ତ ଗ୍ରାମରୁ ଆସିଥିବା ମହିଳା ମାନେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଅନୁରୋଧ କରିବାରୁ ସେ ଏପରି କରିଥିଲେ ବୋଲି ମତ ଦେଇଛନ୍ତି ଡାକ୍ତର ଜୀବନୁସ ଏକ୍କା ।

Get real time updates directly on you device, subscribe now.