fbpx

ଦେଶରେ ଏଣିକି ଶସ୍ତା ହୋଇଯିବ ଚିକେନ୍ ଓ ଅଣ୍ଡା: ଏତିକିରୁ ଅଧିକ ଷ୍ଟକ୍ ରଖିପାରିବେ ନାହିଁ ବ୍ୟବସାୟୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଖୁବଶୀଘ୍ର ଚିକେନ ଓ ଅଣ୍ଡା ଦର ହ୍ରାସ ପାଇପାରେ । ନିକଟରେ କେନ୍ଦ୍ର ସରକାର ଷ୍ଟକ୍ ରଖିବା ନେଇ ଏକ ସୀମା ନିର୍ଦ୍ଧାରଣ କରିଛନ୍ତି । ଫଳରେ ୨୦୨୨ ମସିହା ଜୁନ୍ ମାସ ପର୍ଯ୍ୟନ୍ତ କେହି ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଷ୍ଟକ ରଖିପାରିବେ ନାହିଁ । ଏହାଦ୍ୱାରା ଅଣ୍ଡା ଓ ଚିକେନ ଦାମକୁ ନିୟନ୍ତ୍ରଣ କରିହେବ । ଗତ ୨୩ ତାରିଖରେ ଏନେଇ ନୋଟିସ୍ ଜାରି କରାଯାଇଛି । ଏଥିସହ ସହ ଆବଶ୍ୟକ ବସ୍ତୁ ଅଧିନିୟମ ୨୯୫୫ର ଅନୁସୂଚୀକୁ ସଂଶୋଧନ କରାଯାଇଛି । ଏଣିକି ମିଲ ମାଲିକ, ପ୍ଲାଣ୍ଟ ମାଲିକ ୯୦ ଦିନ ପର୍ଯ୍ୟନ୍ତ ଷ୍ଟକ ରଖିପାରିବେ ଓ ଷ୍ଟୋରେଜ୍ ସ୍ଥାନ ଘୋଷଣା କରିବେ ।

ସରକାରଙ୍କ ଦ୍ୱାରା ପଞ୍ଜୀକୃତ ବ୍ୟବସାୟିକ କମ୍ପାନୀ, ବେପାରୀ ଷ୍ଟୋରେଜ୍ ସ୍ଥାନରେ ଅତି ବେଶିରେ ୧୬୦ ଟନ ପର୍ଯ୍ୟନ୍ତ ଷ୍ଟକ୍ ରଖିପାରିବେ । ଏହି ନୂଆ ନିୟମ ଲାଗୁ ହେବା ଫଳରେ ଏଣିକି ବଜାରେ ହେଉଥିବା କଳାବଜାରୀ, ଅସାଧୁକୁ ରୋକିହେବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ପୋଲଟ୍ରି ଫାର୍ମ ଓ ପଶୁ ଚାରା ନିର୍ମାଣ କରୁଥିବା ଉପଭୋକ୍ତାଙ୍କ ପାଇଁ କମୋଡିଟିର ଉପଲବ୍ଧତା ବୃଦ୍ଧି ପାଇବ ।

Get real time updates directly on you device, subscribe now.