fbpx

ଖୋର୍ଦ୍ଧାରେ କୁକୁଡା ମଡକ

ଖୋର୍ଦ୍ଧା,୭ ।୧(ଓଡିଶା ଭାସ୍କର): ଦେଶର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ଜୋରସୋରରେ ବ୍ୟାପିଚାଲିଛି । ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଡବେରଣ ଗାଁର ଏକ ଫାର୍ମରେ କୁକୁଡା ମଡକ ଦେଖିବାକୁ ମିଳିଛି । ୩ ଦିନ ହେଲାଣି ଫାର୍ମରେ ଶହ ଶହ କୁକୁଡା ମରୁଛନ୍ତି । ଗତକାଲି ୬ ଶହରୁ ୭ ଶହ କୁକୁଡା ମରିଥିବା ସୂଚନା ମିଳିଛି । ଆଜିକୁ ମିଶାଇ ୩ ଦିନ ବିତିଯାଇଥିଲେ ବି, କୁକୁଡା ମଡକର କାରଣ ଅସ୍ପଷ୍ଟ ରହିଛି । ତେବେ କୁକୁଡା ମଡକର କାରଣ ବାର୍ଡ ଫ୍ଲୁ ତ ନୁହେଁ ବୋଲି ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି ।

Get real time updates directly on you device, subscribe now.