ବଜେଟରେ ଘୋଷଣା ହେଲା ୧୬ଟି ନୂଆ ଯୋଜନା, କେଉଁ କ୍ଷେତ୍ରରେ କେତେ ବ୍ୟୟ ବରାଦ ଜାଣନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆଗାମୀ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ଅନେକ କ୍ଷେତ୍ର ପାଇଁ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଛି । ତେବେ ଚଳିତ ବଜେଟରେ ଅନେକ ନୂଆ ଯୋଜନା ନେଇ ଘୋଷଣା କରାଯାଇଛି ।

ଅନେକ ଏଭଳି ଯୋଜନା କରାଯାଇଛି, ଯାହା ଦ୍ବାରା ଅନେକ ଓଡ଼ିଶାବାସୀ ଉପକୃତ ହେବେ । ପରିବହନ ବିକାଶ, ଚାଷୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେଇଛନ୍ତି ସରକାର ।

  • ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି ଟଙ୍କା
  • ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨ ହଜାର ୬୦୩ କୋଟି
  • ସୁଭଦ୍ରା ସୁରକ୍ଷା ପାଇଁ ୧୫୩ କୋଟି ବ୍ୟୟ ବରାଦ
  • ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି
  • ପ୍ରବାସୀ ଓଡ଼ିଆ ଓ- ସଂପର୍କ ପାଇଁ ୧୧୦ କୋଟି
  • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି
  • ସ୍ୱଚ୍ଛ ଓଡ଼ିଶା ଯୋଜନାରେ ଖର୍ଚ୍ଚ ହେବ ୨୬୧ କୋଟି
  • ଆମେ ପଢ଼ିବା ଆମ ଭାଷାରେ’ ଯୋଜନା ପାଇଁ ୨୫ କୋଟି
  • ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
  • ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
  •  ଓଡ଼ିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି
  • ବକୁଳ ବନ ଉନ୍ନୟନ ଯୋଜନା ପାଇଁ ୫୦ କୋଟି ଟଙ୍କା
  • ଆମ ଶିମିଳିପାଳ ଯୋଜନା ପାଇଁ ୫୦ କୋଟି
  • ଆଦର୍ଶ ମଣ୍ଡି ବ୍ୟବସ୍ଥା ପାଇଁ ୫୦ କୋଟି
  • ଅଟଳ ବସ୍‌ଷ୍ଟାଣ୍ଡ ଯୋଜନା ପାଇଁ ୧ ହଜାର ୨୬୬ କୋଟି
  • ସମୃଦ୍ଧ ସହର ଯୋଜନାରେ ଖର୍ଚ୍ଚ ହେବ ୪୦୮ କୋଟି