“ବର୍ଷ ଏକ ଉପଲବ୍ଧି ଅନେକ”, ବର୍ଷକର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୋହନ ସରକାରଙ୍କ ରିପୋର୍ଟ କାର୍ଡ

ଭୁବନେଶ୍ୱର: ଦିନକ ପରେ ନୂଆ ସରକାରଙ୍କ ବର୍ଷ ପୂର୍ତ୍ତି। ବର୍ଷକର ରିପୋର୍ଟ କାର୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଉପଲବ୍ଧି ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ ଜାରି କରିଛନ୍ତି।

ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତିରୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। କାଲି ମୋଦୀ ସରକାରଙ୍‌କ ୧୧ ବର୍ଷ, ୩ୟ ପାଳିର ପ୍ରଥମ ବର୍ଷ ପୂରିଛି। ୨୦୧୪ ମେ’ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ଭାରତ ଇତିହାସରେ ସ୍ୱାର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି କହିଛନ୍ତି ଯେ, ମୋଦୀ ସରକାର ୧୧ ବର୍ଷ ମଧ୍ୟରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଯାହା ଭାରତରେ ଅନେକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସମ୍ଭବ ହୋଇଛି।

ସେ ଆହୁରି କହିଛନ୍ତି ଯେ, ଆମ ସରକାର ଆସିବା ପରେ ଲୋକେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସରକାର ବୋଲି ଅଭିହିତ କରିଛନ୍ତି। ବର୍ଷକ ମଧ୍ୟରେ ଅନେକ କାର୍ଯ୍ୟ ସଫଳ ହୋଇଛି କେବଳ ପିଏମ ନରେନ୍ଦ୍ର ମୋଦୀଙ୍କ ପାଇଁ, ସେ ଆମର ସମସ୍ତ କାର୍ଯ୍ୟରେ ସାମିଲ ହୋଇ, ମାର୍ଗଦର୍ଶନ କରିଛନ୍ତି।

-ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ
-ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ
-ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ଣ ଭୋଜନ ବ୍ୟବସ୍ଥା
-ଶତାୟୁ ବିଦ୍ୟାଳୟ ଗୁଡ଼ିକର ନବୀକରଣ ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ
-ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା
-ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା
-ଆୟୁଷ୍ମାନ ବୟୋ ବନ୍ଦନାରେ ୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସ୍କଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ଚିକିତ୍ସା
-ଜରୁରୀ ଚିକିତ୍ସା ସାମଗ୍ରୀ କ୍ରୟ ପାଇଂ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି
-ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ
-ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା
-ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
-ଦେଶରେ ୨୯ ହଜାରରୁ ଅଧିକ ଚିକିତ୍ସାଳୟ ନଗଦବିହୀନ ଚିକିତ୍ସା ସୁବିଧା

-ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ପାଣ୍ଠି ବ୍ୟବସ୍ଥା
-୫୦୦ କୋଟିର କର୍ପସ ପାଣ୍ଠି ବ୍ୟବସ୍ଥା
-ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି
– ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ପାଇଁ ଅନୁମୋଦନ
-ପିଏମ-ଜନମନ ଯୋଜନାରେ ୨୮,୬୬୧ ଘର ନିର୍ମାଣଧୀନ
-୧୫ଟି ଜିଲ୍ଲାରେ ୧୧,୪୮୨ ଗୃହ ନିର୍ମାଣ ଶେଷ
-ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଛାତ୍ରଛାତ୍ରୀ ଉପକୃତ
-୧,୭୨,୩୫୬ ଜଣ ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି।
-ଆବାସିକ ବିଦ୍ୟାଳୟ ପାଇଁ ସହିତ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ଯୋଜନା
-୨୭ କୋଟି ଲେ ଦାରିଦ୍ର‌୍ୟରୁ ମୁକ୍ତି ହୋଇଛନ୍ତି
-ବେଟି ବଚାଅ, ବେଟି ପଢାଅ ରେ ବଡ଼ ପରିବର୍ତ୍ତନ