ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ସାନ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର; ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହଟ୍ଟାଙ୍କର ଶନିବାର ରାତିରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଛି । ଏହି ଦୁଃଖ ଖବର ପାଇବା ପରେ ଭଉଣୀଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଯିବେ ସାନ ଭାଇ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯିବା ନେଇ ସୂଚନା ରହିଛି ।

ଏଠାରେ କହି ରଖୁଛୁ, ମୃତ୍ୟୁ ବେଳକୁ ଗୀତା ମେହେଟ୍ଟାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗୀତା ଏକାଧାରରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଥିଲେ । ୧୯୪୩ରେ ଜନ୍ମିତ ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ୨୦୧୯ ମସିହାରେ ଭାରତ ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ ।