fbpx

ଅମୀର ଖାନଙ୍କୁ ଆସାମ ମନା : ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

Advertisement

ଆସାମ:ନିକଟରେ ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ହୋଇଛି । ଏହି ଫିଲ୍ମକୁ ନେଇ ଅନେକ ଦିନ ହେବ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଉଛି । କିନ୍ତୁ ସବୁ ପରେ ମଧ୍ୟ ଫିଲ୍ମ ଲାଲ ସିଂହ ଚଡ୍ଡା ଗତ ୧୧ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ତେବେ ଏହି ଫିଲ୍ମ ରିଲିଜ ପରେ ଏବେ ଅମିର ଖାନଙ୍କ ଆସାମ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅମୀର ଖାନଙ୍କୁ ବର୍ତ୍ତମାନ ଆସାମ ନ ଆସିବାକୁ ପରାମର୍ଶ ଦେଇଛନ୍ତି ।

 

ସୂଚନା ଅନୁଯାୟୀ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆସାମରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଚାଲିବ । ଯାହାଫଳରେ ଏହି ସମୟରେ ଅମୀର ଖାନଙ୍କ ଆସାମ ଗସ୍ତକୁ ସ୍ଥଗିତ ରଖିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଶେଷ ହେବା ପରେ ଅମୀର ଖାନ ଆସାମ ଆସିପାରିବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ପ୍ରସ୍ତାବ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଅମୀର ଖାନ ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାର ପ୍ରମୋଶନ ପାଇଁ ଅଗଷ୍ଟ ୧୪ ତାରିଖରେ ଆସାମ ଗୌହାଟି ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମକୁ ସେ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଅଗଷ୍ଟ ୧୬ ତାରିଖକୁ ରଖିଛନ୍ତି ବୋଲି ଜଣା ପଡିଛି ।

Get real time updates directly on you device, subscribe now.