fbpx

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶକ୍ତି ବିଭାଗର ୪୧୨ ଜଣଙ୍କୁ ବାଣ୍ଟିବେ ନିଯୁକ୍ତିପତ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ଶକ୍ତି ବିଭାଗରେ ୪୧୨ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ । ନୂତନ ଭାବେ ଚାକିରି ପାଇଥିବା ୧୬୧ ଜଣ ଇଲେକ୍‍ଟ୍ରିକାଲ୍‍ ଇଞ୍ଜିନିୟର, ୫୪ ଜଣ କାର୍ଯ୍ୟାଳୟ ସହାୟକ ଏବଂ ୧୯୭ ଜଣ ଇଲେକ୍‍ଟ୍ରିକାଲ୍‍ ଟେକ୍ନିସିଆନ୍‍ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

ସୂଚନା ମୁତାବକ, ଆଜି ଅପରାହ୍ନ ସାଢେ ୫ଟାରେ ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ। ୪୧୨ ଜଣଙ୍କ ମଧ୍ୟରେ ୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକ ଭାବେ ନିଯୁକ୍ତି ପାଇବେ। ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ମିଳିଥିଲା। ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ।

ଏହା ସହ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଅଧୀନରେ ୪୦୬ଜଣଙ୍କୁ ମୁଖ୍ୟମନ୍ତ୍ରୀ ନୂଆ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏଥିରେ ୨୬୧ଜଣ ସହକାରୀ କୃଷି ଅଧିକାରୀ, ୧୦୨ଜଣ ସହକାରୀ କୃଷି ଯନ୍ତ୍ରୀ ଏବଂ ୪୩ଜଣ ବିହନ ଉତ୍ପାଦନ ଓ ବିପଣନ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା ।

Get real time updates directly on you device, subscribe now.