Breaking: କେନ୍ଦୁଝର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

କେନ୍ଦୁଝର ମେଡିକାଲ କଲେଜ ଓଡ଼ିଶାରେ ହେବ ନଂ ୧ କଲେଜ। ଡିଡି ମେଡିକାଲ କଲେଜ ହେବ ପୂର୍ଣ୍ଣ କାର୍ଯ୍ୟକ୍ଷମ। ସମସ୍ତ ପଦକ୍ଷେପ ନେବେ ରାଜ୍ୟ ସରକାର।

କେନ୍ଦୁଝର: ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିଡି ମେଡିକାଲ କଲେଜ ହେବ ପୂର୍ଣ୍ଣ କାର୍ଯ୍ୟକ୍ଷମ। କେନ୍ଦୁଝର ମେଡିକାଲ କଲେଜ ହେବ ଓଡ଼ିଶାର ନଂ ୧ କଲେଜ।

ନିଜ ଜନ୍ମମାଟିର ହେବ ବିକାଶ। କେନ୍ଦୁଝର ଧରଣୀଧର ମେଡିକାଲ କଲେଜକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। କେନ୍ଦୁଝର ଗସ୍ତ ସମୟରେ ଏହି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ କେନ୍ଦୁଝର ମେଡିକାଲ କଲେଜକୁ ନଂ ୧ କରି ଦେଖାଇବାକୁ ସଂକଳ୍ପ ବଦ୍ଧ ମୁଖ୍ୟମନ୍ତ୍ରୀ। ଏଥିପାଇଁ ଯାହା ପଦକ୍ଷେପ ନେବାକୁ ପଡିବ ସବୁ ପଦକ୍ଷେପ ନେବେ ମୋହନ।