ରାଉରକେଲା: ଓଡ଼ିଶା ମାନଚିତ୍ରରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ । ସୁନ୍ଦରଗଡ଼ ସହର ଏବେ ଉତ୍ତର ଓଡ଼ିଶାର ଅଂଶ ଭାବରେ ସାମିଲ ହେବ । ଏ ନେଇ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସୁନ୍ଦରଗଡ଼ ସାମିଲ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ତର ଓଡ଼ିଶା ବିକଶା ପରିଷଦ ପାଇଁ ଏକ ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ମଧ୍ୟ ସୁନ୍ଦରଗଡ଼ ସାମିଲ ରହିଛି । କିନ୍ତୁ ଜିଲ୍ଲାର ବିକାଶ ଉଚିତ୍ ଭାବରେ ହୋଇପାରି ନାହିଁ । ତେଣୁ ଏହି ଜିଲ୍ଲାର ତ୍ୱରାନ୍ୱିତ ବିକାଶ କରିବା ପାଇଁ ଏଭଳି ଏକ ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼କୁ ଓଡ଼ିଶା ବିକାଶ ପରିଷଦରେ ସାମିଲ କରିବା ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ଜିଲ୍ଲା ଗସ୍ତରେ କହିଛନ୍ତି ।