ମୟୁରଭଞ୍ଜ ପାଇଁ ହାତ ଖୋଲିଦେଲେ ମୁଖ୍ୟମନ୍ତ୍ରୀ; ଦେଲେ 420 କୋଟିର ଭେଟି।

ମୟୁରଭଞ୍ଜବାସୀଙ୍କ ଦୁଃଖ ହେଲା ଦୂର

ମୟୂରଭଞ୍ଜ: ମୟୂରଭଞ୍ଜରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 328 କୋଟିର 133ଟି ପ୍ରକଳ୍ପର ଉଦଘାଟନ କରିବା ସହିତ 91 କୋଟିର 52 ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି।

ନୂଆ ମୁଖ୍ୟମନ୍ତ୍ରୀ ଆସିବା ଦିନଠୁ ସେ ସାଧାରଣ ଜନତାଙ୍କ ପାଇଁ କିଛି ନା କିଛି କରିଚାଲିଛନ୍ତି। ଆଗରୁ ମଧ୍ୟ ଅନେକ ଜିଲ୍ଲାକୁ ବହୁତ ଅନୁଦାନ ସେ ଦେଇଛନ୍ତି। ସେଥିପାଇଁ ତ ଖୋଲା ହାତ କରି ମୟୁରଭଞ୍ଜକୁ ଯୋଗାଇଦେଇଛନ୍ତି 420କୋଟିର ଅନୁଦାନ।

ତା ସହିତ ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ବିଶୋଇ ବ୍ଲକ ମୁଖ୍ୟାଳୟରେ +2 ମହାବିଦ୍ୟାଳୟ ବିଶୋଇ ଷ୍ଟାଡିୟମ୍ ଧରଣୀଧର ନାଏକଙ୍କ ନାଁରେ ନାମିତ ହେବ।