28ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏପରି କରନ୍ତୁ ପଞ୍ଜୀକରଣ
ସର୍ବାଧିକ 1 ହଜାର ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ପଞ୍ଜୀକରଣ କରିପାରିବେ ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଜନ ଅଭିଯୋଗ ଶୁଣାଣି ଆସନ୍ତା 28 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ସୋମବାର ସକାଳ 8ଟାରୁ ୟୁନିଟ-2 କ୍ୟାପିଟାଲ ନର୍ସରୀ ନିକଟ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଲୋକଙ୍କ ଅସୁବିଧା ବା ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ପଞ୍ଜିକରଣ ମଧ୍ୟ ଆରମ୍ଭ ହୋଇଛି । ସର୍ବାଧିକ 1 ହଜାର ଅଭିଯୋଗକାରୀ ଆବେଦନ କରିପାରିବେ । ଆସନ୍ତା 28 ତାରିଖରେ ହଜାରେ ଜଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ।
କିପରି କରିବେ ପଞ୍ଜିକରଣ- ଆଗ୍ରହୀ ବ୍ୟକ୍ତିମାନେ ଜନଶୁଣାଣି ପୋର୍ଟାଲ କିମ୍ବା ଜନଶୁଣାଣି ମୋବାଇଲ ଆପ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ତେବେ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମୟରେ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ଆଣିବା ପାଇଁଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି ।