fbpx

ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବୋଧନ, କୋଭିଡ୍ ପରିଚାଳନା ନେଇ କରିବେ ନୂଆ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ସେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ଘୋଷଣା କରିବେ । ଅପରାହ୍ନ ୨.୩୦ ମଧ୍ୟରେ ମୁଖ୍ୟ ସଚିବ ସମ୍ବୋଧନ କରିବେ । ଆଜି ଆଂଶିକ ଲକଡାଉନର ଅବଧି ସମାପ୍ତ ହେଉଥିବାରୁ ପରବର୍ତ୍ତୀ ଘୋଷଣାନାମା ବିଷୟରେ ସେ ସୂଚନା ଦେବେ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆଜି ରାଜ୍ୟରେ କରୋନାର ସ୍ଥିତି ବର୍ତ୍ତମାନ ଠିକ ନାହିଁ । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳେ ରହିଥିବା ବେଳେ ଆଜି ୩୩୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ କରୋନାରେ ଗତକାଲି ୪୦ ଜଣ ମରିଥିବା ବେଳେ ଆଜି ତାହା ୪୮ରେ ପହଞ୍ଚିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଅଧିକ ମାତ୍ରାରେ କରୋନା ବୃଦ୍ଧି ପାଇବା ସହ ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହେଉଥିବାରୁ ମୁଖ୍ୟ ଶାସନ ସଚିବଙ୍କ ଘୋଷଣାକୁ ରାଜ୍ୟବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.