fbpx

ଶିଶୁର ଓଜନ ୫ କେଜି, ଲମ୍ବ ୨ ଫୁଟ: ନବଜାତକକୁ ଦେଖି ଡାକ୍ତରଙ୍କ ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆମ ସମାଜରେ ବିରଳ ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ତେବେ ନିକଟରେ ଜଣେ ମହିଳା ଏକ ଅଜବ ଧରଣର ଶିଶୁକୁ ଜନ୍ମ ଦେଇଛନ୍ତି । ଉକ୍ତ ଶିଶୁକୁ ଦେଖିବା ପରେ ଡାକ୍ତରମାନେ ହତବାକ ହୋଇଯାଇଛନ୍ତି । ତେବେ ନବଜାତକ ପାଇଁ ଯେଉଁ କପଡ଼ା ମଗାଯାଇଥିଲା, ତାହା ନିଅଣ୍ଟ ପଡ଼ିଯାଇଥିଲା । ଫଳରେ ପରେ ୬-୯ ମାସ ଶିଶୁ ସାଇଜର କପଡ଼ା ମଗାଯାଇଥିଲା ।

ମା’ ଯେତେବେଳେ ନିଜ ଶିଶୁକୁ ପ୍ରଥମ ଥର ପାଇଁ ଦେଖିଥିଲେ, ସେ ନିଜେ ମଧ୍ୟ ଚକିତ ହୋଇଯାଇଥିଲେ । କାରଣ ହେଉଛି ଶିଶୁଟି ସାଧାରଣ ଶିଶୁଙ୍କ ଠାରୁ ଓଜନ ଓ ଲମ୍ବ ଦୃଷ୍ଟିରୁ ଅଧିକ ରହିଥିଲା । ଶିଶୁଟିର ଲମ୍ବ ଦୁଇଫୁଟ ରହିଥିବା ବେଳେ ଓଜର ୫.୬ କେଜିରୁ ଅଧିକ ରହିଥିଲା । ଶିଶୁଟିକୁ ଅପରେସନ କରିବା ସମୟରେ ଡାକ୍ତରଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ।

ତେବେ ମାଆ ପେଟରୁ ଶିଶୁଟିକୁ କାଢ଼ିବା ପାଇଁ ଦୁଇଜଣ ଲୋକଙ୍କର ଆବଶ୍ୟକତା ପଡ଼ିଥିଲା । ଏହା ମଧ୍ୟରେ ଶିଶୁଟି ଦୁଇମାସର ହୋଇଯାଇଛି । ବ୍ରିଟେନରେ ଏପରି ଏକ ଶିଶୁ ଜନ୍ମ ନେଇଥିଲା । ତେବେ ଶିଶୁଙ୍କର ପିତାମାତାଙ୍କର ଉଚ୍ଚତା ୬ ଫୁଟରୁ ଅଧିକ ଲମ୍ବ ଅଟେ । ତେବେ ଦମ୍ପତି ଔରଷରୁ ଜନ୍ମ ନେଇଥିବା ଶିଶୁର ଉଚ୍ଚତା ଅଧିକ ରହିବ ବୋଲ ସମସ୍ତେ ଅନୁମାନ କରୁଥିଲେ ମାତ୍ର ତାହା ସୀମା ପାର କରିଯାଇଥିଲା ।

Get real time updates directly on you device, subscribe now.