fbpx

ଆଧାର କାର୍ଡର ବି ରହିଥାଏ ଏକ୍ସପାୟର ଡେଟ୍, ଏମିତି କରିପାରିବେ ଚେକ୍

ନୂଆଦିଲ୍ଲୀ: ଆଜିର ସମୟରେ ଆଧାର କାର୍ଡ ଆମର ପରିଚୟ ପ୍ରତ ସହ ଏକ ବଡ଼ ଡକ୍ୟୁମେଣ୍ଟ । ବ୍ୟାଙ୍କରେ ଖାତା ଖୋଲିବା ଠାରୁ କୌଣସି ସରକାରୀ ଯୋଜନାର ଲାଭ ନେବା ପର୍ଯ୍ୟନ୍ତ ସବୁଠାରେ ଏହାର ଆବଶ୍ୟକ ପଡ଼ିଥାଏ । ୟୁଆଇଡିଏଆଇ ତରଫରୁ ଜାରି କରାଯାଇଥିବା ଆଧାର କାର୍ଡରେ ଆପଣଙ୍କ ପରିଚୟର ସବୁ ସୂଚନା ରହିଥାଏ, ଯାହାକୁ କେହିବି ସଂସ୍ଥା ଆପଣଙ୍କ ଆଧାର ନମ୍ବରରେ ଲେଖାଯାଇଥିବା ୟୁନିକ୍ ନମ୍ବର ସହାୟତାରେ ଦେଖିପାରିବେ । କିନ୍ତୁ କ’ଣ ଆପଣ ଜାଣନ୍ତି ଯେ ଆଧାର ମଧ୍ୟ ଏକ୍ସପାୟର ଡେଟ୍ ରହିଥାଏ । ଆପଣଙ୍କ ଆଧାର କେତେଦିନ ପାଇ ବୈଧ, ଆପଣ ଏହାକୁ ଚେକ୍ କରିପାରିବେ ।

ଆଧାରକାର୍ଡରେ ନାମ, ବୟସ ଏବଂ ଠିକଣାଠାରୁ ନେଇ ବାୟୋମେଟ୍ରିକ୍ ସୂଚନା ମଧ୍ୟ ରହିଥାଏ । ଆଜିକାଲି ଅନେକ ଆର୍ଥିକ କାରବାରରେ ମଧ୍ୟ ଏହାର ଆବଶ୍ୟକତା ପଡ଼ିଥାଏ । ଏଥିପାଇଁ ଆମକୁ ଏହା ଜାଣିବା ଦରକାର ଆମର ଆଧାର କେତେ ପର୍ଯ୍ୟନ୍ତ ବୈଧ ରହିଛି ।

ଏମିତି କରିପାରିବେ ଚେକ୍:

ଆପଣ ଆଧାରର ଭାଲିଡିଟି ଅନଲାଇନରେ ସହଜରେ ଚେକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଆଧାର କାର୍ଡର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ ଆଧାର ସର୍ଭିସ ଅପ୍ସନ ଉପରେ କ୍ଲିକ୍ କରି ଭେରିଫାଏ ଆଧାର ନମ୍ବର ଅପ୍ସନ ବାଛିବାକୁ ହେବ । ଏହା ପରେ ଏକ ନୂଆ ପେଜ୍ ଖୋଲିବ ।

ଏଠାରେ ଆପଣଙ୍କୁ ଆପଣଙ୍କ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବାକୁ ହେବ । ଏହାପରେ ସିକ୍ୟୁରିଟି କୋଡ୍ ଭରିବାକୁ ହେବ ଏବଂ ଭେରିଫାଏ ଅପ୍ସନ ଉପରେ କ୍ଲିକ୍ କରିବାକୁ ହେବ । ଯଦି ଆପଣଙ୍କ  ନମ୍ବର ବୈଧ ଥିବ ତେବେ ଆପଣଙ୍କ ଆଧାର ନମ୍ବର ଦେଖାଯିବ, ଯଦି ଏହା ଏକ୍ସପାୟାର ହୋଇଯାଇଥିବ ତେବେ ତାହା ସ୍କ୍ରିନ୍ ରେ ଦେଖାଯିବ ନାହିଁ ।

ଯଦି ଆପଣ ନିଜ ପିଲାଙ୍କ ଆଧାର କାର୍ଡ କରିଛନ୍ତି, ତେବେ ପାଞ୍ଚ ବର୍ଷ ପରେ ତାହା ଏକ୍ସପାୟର ହୋଇଯାଏ । ସେହିଭଳି ୫ ରୁ ୧୫ ବର୍ଷ ପିଲାଙ୍କ ଆଧାର ଯଦି ସମୟରେ ଅପଡେଟ୍ କରାନଯାଏ ତାହା ମଧ୍ୟ ଏକ୍ସପାୟର ହେଇପାରେ । ଏଥିପାଇଁ ଆଧାରରେ ବାୟୋମେଟ୍ରିକ ଡାଟା ଅପଡେଟ କରିବା ଜରୁରୀ । ତେବେ ଏହାକୁ ଅପଡେଟ କରିବା ପାଇଁ ଆପଣଙ୍କୁ ନିକଟସ୍ଥ ଆଧାର ସେଣ୍ଟରକୁ ଯାଇ କରାଇବାକୁ ପଡ଼ିବ । ୟୁଆଇଡି କେବଳ ୫ ବର୍ଷ ଏବଂ ୧୫ ବର୍ଷ ବୟସରେ ବାୟୋମେଟ୍ରିକ ଅପଡେଟ୍ କରିବାକୁ କହିଥାଏ ।

Get real time updates directly on you device, subscribe now.