fbpx

ଏଇଟା କ’ଣ ଗୋଟିଏ ମଣିଷ ଛୁଆ: ଜନ୍ମ ନେଲା ୪ଟି ହାତ ଆଉ ୪ଟି ଗୋଡ଼ ଥିବା ଏକ ବିରଳ ଶିଶୁ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ଦୁଇଟି ହାତ ଓ ଦୁଇଟି ଗୋଡ଼ ଥାଏ । ଅନେକ ସମୟରେ ଦୁଇରୁ ଅଧିକ ହାତ ଓ ଗୋଡ଼ ଥିବା ବିରଳ ଶିଶୁମାନେ ଜନ୍ମ ନେଇଥାନ୍ତି । ତେବେ ନିକଟରେ ଉତ୍ତରପ୍ରଦେଶର ହରଦୋଈରେ ଏକ ବିରଳ ଶିଶୁ ଜନ୍ମ ନେଇଛି । ଉକ୍ତ ଶିଶୁର ୪ଟି ହାତ ଓ ୪ଟି ଗୋଡ଼ ରହିଛି । ଶିଶୁଟିକୁ ଦେଖିବା ପରେ ଆଖପାଖ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶିଶୁଟି ଭଗବାନଙ୍କ ଅବତାର ବୋଲି କିଛି ଲୋକ ମଧ୍ୟ ମାନି ନେଇଛନ୍ତି ।

ଗତ ୨ ତାରିଖରେ ଶିଶୁଟି ଶାହବାଦ କମ୍ୟୁନିଟି ହେଲଥ ସେଣ୍ଟରରେ ଜନ୍ମ ନେଇଥିଲା । ଶିଶୁଟିକୁ ଦେଖିବା ପରେ ଲୋକମାନେ ତାକୁ ‘ଈଶ୍ୱରଙ୍କ ଚମକ୍ରାର’, ‘ଭଗବାନଙ୍କ ପୁନର୍ଜନ୍ମ’ ବୋଲି କହୁଛନ୍ତି । ତେବେ ଏହା ଏକ ଯାଁଆଳା ଶିଶୁ ମାମଲା । ମାତ୍ର କୌଣସି କାରଣରୁ ଅନ୍ୟ ଶିଶୁଟିର ଶରୀର ଠିକ୍ ଭାବେ ବିକଶିତ ହୋଇପାରି ନାହିଁ । ତେଣୁ ଉକ୍ତ ଶିଶୁ ଶରୀରରେ ଅତିରିକ୍ତ ଦୁଇଟି ହାତ ଓ ଦୁଇଟି ଗୋଡ଼ ରହିଛି ବୋଲି ଡାକ୍ତର କହିଛନ୍ତି ।

ଉକ୍ତ ଶିଶୁଟିର ଓଜନ ପାଖାପାଖି ୩ କେଜି ରହିଥିଲା । ଉକ୍ତ ବିରଳ ଶିଶୁ ବିଷୟରେ ଜାଣିବା ପରେ ଆଖାପାଖର ଲୋକମାନେ ତାକୁ ଦେଖିବାକୁ ଧାଇଁଥିଲେ । ତେବେ ଏବେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁଆରୀ ମାସରେ ବିହାରରେ କଟିହାରର ଏକ ହସ୍ପିଟାଲରେ ୪ଟି ହାତ ଓ ୪ଟି ଗୋଡ଼ ଥିବା ଏକ ଶିଶୁ ଜନ୍ମଲାଭ କରିଥିଲା । ସେହିପରି ଗତବର୍ଷ ଡିସେମ୍ବର ମାସରେ ବିହାରର ଗୋପାଲଗଞ୍ଜରେ ତିନିଟି ହାତ ଓ ତିନିଟି ଗୋଡ଼ ଥିବା ଏକ ଶିଶୁ ଜନ୍ମଗ୍ରହଣ କରିଥିଲା ।

Get real time updates directly on you device, subscribe now.