CHARIDHAM

ଆପଣଙ୍କ ପିଲାର ମନ ପାଠପଢାରେ ଲାଗୁନି କି? ଜାଣନ୍ତୁ କାରଣ ଏବଂ ସମାଧାନ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପିଲାର ପାଠ ପଢିପାରୁନି, ତେବେ ବର୍ତ୍ତମାନ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହାର ଅନେକ କାରଣ ହୋଇପାରେ। ଯାହାର ଆପଣ ସମାଧାନ କରିପାରିବେ। ଯଦି ଆପଣଙ୍କ ଶିଶୁ ପାଠ ପଢୁନି, ତେବେ ନ ପଢିବାର କାରଣ ପାଇଁ ଦାୟୀ ଏହି ଜିନିଷ।

ଯଦି ପିଲାଟି ପାଠ ପଢୁନି, ତେବେ ତା’ ଉପରେ ଅଧିକ ପ୍ରେସର ବା ପଢିବାର ଚାପ ରହୁଛି। ଏଥିପାଇଁ ଆପଣ ତା’ କ୍ଲାସ ଟିଚର ସହ କଥା ହୁଅନ୍ତୁ। ଆପଣଙ୍କ ଶିଶୁକୁ ପଢାଇବା ବ୍ୟତୀତ ଅନ୍ୟ କୌଣସି ଜିନିଷରେ ଅଧିକ ରୁଚି ରହୁଥାଇପାରେ। ଯେପରି କି ଗେମ୍ସ, ମ୍ୟୁଜିକ, ଡାନ୍ସ, ପେଟିଙ୍ଗ ଆଦି। ଏଥିରେ ଆପଣ ତାର ଇଣ୍ଟରେଷ୍ଟ ଉପରେ ଧ୍ୟାନ ଦିଅନ୍ତୁ।

ଅନେକଥର ଶିଶୁ ଠିକ ବିଷୟକୁ ବୁଝିପାରନ୍ତି ନାହିଁ ଏବଂ ତାଙ୍କୁ ପ୍ରତ୍ୟେକ ଜିନିଷ କଠିନ ଲାଗୁଛି। ଏହା ମଧ୍ୟ ତାଙ୍କର ନ ପଢିବାର କାରଣ ହୋଇପାରେ। ଅନେକଥର ପିଲାର ସ୍ୱାସ୍ଥ୍ୟ ସମସ୍ୟାଗୁଡିକ ଏହାର ବଡ଼ କାରଣ ହୋଇଥାଏ। ଯେପରିକି ପର୍ଯ୍ୟାପ୍ତ ବାବେ ନୀଦ, ଖରାପ ଖାଦ୍ୟପେୟ, ପେଟରେ କଷ୍ଟ ଇତ୍ୟାଦି। ଏହି କାରଣରୁ ମଧ୍ୟ ଶିଶୁଙ୍କ ମନ ପାଠ ପଢାରେ ଲାଗିନଥାଏ।

ପ୍ରତ୍ୟେକ ପ୍ୟାରେଣ୍ଟସଙ୍କୁ ନିଜ ଶିଶୁ ସହ ଖୋଲାଖୋଲି ଭାବେ କଥା କରିବା ଆବଶ୍ୟକ, ଏବଂ ତାର ଅସୁବିଧାକୁ ଧ୍ୟାନ ଦେବା ଆବଶ୍ୟକ। ଏଥିରେ ଆପଣଙ୍କୁ ଜଣା ପଡିଯିବ ଯେ, ଆପଣଙ୍କ ଶିଶୁ ଠିକ ଭାବେ ପଢିପାରୁନି କାହିଁକି।