fbpx

କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା: ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଲେ । ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ସ୍ତ୍ରୀଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସନ୍ତାନ ପ୍ରସବ ପରେ ପୁଅ ହୋଇଛି ବୋଲି ନର୍ସ ଜଣାଇଥିଲେ । ହେଲେ ପରେ ତାଙ୍କୁ ଯେତେବେଳେ ହସ୍ତାନ୍ତର କରାଗଲା ସେ ଜାଣିବାକୁ ପାଇଲେ ଯେ ତାଙ୍କୁ ଏକ କନ୍ୟା ସନ୍ତାନ ଦିଆଯାଇଛି । ଏନେଇ ସେ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରଥିଲେ । ନିର୍ଦ୍ଦେଶକ କହିଥିଲେ ଏ ଘଟଣାର ତଦନ୍ତ ହେବ। ଡିଏନଏ ଟେଷ୍ଟ କରାଯିବ ବୋଲି ମଧ୍ୟ ହସ୍ପିଟାଲ୍ ନିର୍ଦ୍ଦେଶକ ସୂଚନା ଦେଇଥିଲେ । ଆଜି ଏହି ଘଟଣାରେ ସେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

 

Get real time updates directly on you device, subscribe now.