ଭୁବନେଶ୍ୱର:ଆଜି କାଲି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବହୁତ ସାଧାରଣ ହୋଇଗଲାଣି । ଯୁବା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି । ଏକ ସର୍ଭେର ରିପୋର୍ଟ ଅନୁସାରେ ଭାରତରେ ୧୦ ପ୍ରତିଶତରୁ ଅଧିକ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ହେଉଛନ୍ତି । ଯାହାକି ବର୍ତ୍ତମାନ ସମୟର ଚିନ୍ତାର ବିଷୟ । ତେବେ ଏହି ଘଟଣାରୁ ମଧ୍ୟ ଏବେ ବାଦ ପଡୁ ନାହନ୍ତି ଶିଶୁ । ସେମାନେ ମଧ୍ୟ ନାନାଦି ପ୍ରକାର ଡିପ୍ରେଶନର ଶୀକାର ହେଉଛନ୍ତି । ତେବେ ଆପଣ କିପରି ଜାଣିବେ ଯେ ଆପଣଙ୍କ ପିଲା ଡିପ୍ରେସନର ଶୀକାର ହେଉଛନ୍ତି । କାରଣ ପିଲା ମାନେ ଖୋଲିକି ତାଙ୍କର କଥା ପ୍ରକାଶ କରି ପାରନ୍ତି ନାହିଁ । ତେଣୁ ଏହି ସମୟରେ ତାଙ୍କ ର ରକ୍ଷଣା ବେକ୍ଷଣା କରିବା ଆବଶ୍ୟକ ।
୧- ଯଦି ପିଲାମାନେ ବହୁତ ଦୁଃଖରେ ରହୁଛି , କାହା ସହିତ କଥାବାର୍ତ୍ତା ନକରି ନିଜକୁ ଏକୁଟିଆ ରଖୁଛି । କୌଣସି କଥାରେ ଯଦି ଚିଡଚିଡା ହେଉଛି । କିମ୍ବା କଥା କଥାରେ କାନ୍ଧୁଛି । ଆଉ ଏହି କାର୍ଯ୍ୟକଳାପ ଯଦି ସେ ମାସ ମାସ ଧରି ଜାରି ରଖୁଛି ତେବେ ଏହା ଡିପ୍ରେସର କାରଣ ହୋଇପାରେ ।
୨-ଡିପ୍ରେସନରେ ପିଲାମାନେ ରହିଲେ ସେମାନଙ୍କର ଉର୍ଜା କମ ହୋଇଯାଏ । ଯାହା ଦ୍ୱାରା ସେମାନେ ପ୍ରଥମରୁ ଯେଉଁ ଭଳି ଭାବେ ସକ୍ରିୟ ରହିଥାଆନ୍ତି ତାହା ଆଉ ଦେଖିବାକୁ ମିଳେ ନାହିଁ । ଅଧିକାଂଶ ସମୟ ସେମାନେ ଖେଳ କୁଦ ରେ ମଧ୍ୟ ବିତାନ୍ତି ନାହିଁ । ଯାହା ଦ୍ୱାରା ସେମାନେ ନିଜକୁ ଏକୁଟିଆ କରିଦିଅନ୍ତି ।
୩- କେବଳ ଏତିକି ନୁହେଁ, ଏହି ରୋଗରେ ପୀଡିତ ହେଲେ ପିଲାମାନେ ନିଜର ଖାଇବା ପିଇବା ମଧ୍ୟ ଠିକ ଭାବରେ କରନ୍ତି ନାହିଁ । ଆଗ ଅପେକ୍ଷା ଭୋକିଲା ରୁହନ୍ତି । ଏହା ସହିତ ନିଦ ମଝିରୁ ଉଠିବା । ଦିନ ତମାମ ବେଡ ଉପରେ ପଡି ରହିବା ଭଳି କାର୍ଯ୍ୟ କରନ୍ତି। ଯାହା ଦର୍ଶାଏ ଯେ ଆପଣଙ୍କର ପିଲା ଡିପ୍ରେସନର ଶୀକାର ହୋଇଛନ୍ତି । ତେଣୁ ଆପଣ ଯଦି ଏହି ଭଳି ଲକ୍ଷଣ ଦେଖୁଛନ୍ତି ତେବେ ଆପଣଙ୍କ ପିଲାଙ୍କୁ ଭଲ ଶିଶୁ ବିଶେଷଜ୍ଞଙ୍କ ନିକଟରେ ଦେଖାନ୍ତୁ ।