fbpx

ପାକିସ୍ତାନ-ତୁର୍କିର ସେନାରେ ପିଲାଙ୍କୁ କରାଯାଏ ନିୟୋଜିତ, ୟୁଏସ୍ ଏହି ଲିଷ୍ଟରେ କଲା ସାମିଲ

ଇସଲାମାବାଦ୍: ଆମେରିକା ଗୁରୁବାର ଦିନ ପାକିସ୍ତାନ ଓ ତୁର୍କିକୁ ନିଜର ଶିଶୁ ସୈନ୍ୟ ନିରୋଧୀ ଅଧିନିୟମ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ଏହାପରେ ଏହି ଦୁଇ ଦେଶକୁ ସୈନ୍ୟ ସହାୟତା ଉପରେ ରୋକ୍ ଲଗାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ପାକିସ୍ତାନ ଖବରକାଗଜ ଡନ୍ (ଊବଙ୍ଗଦ୍ଭ) ମୁତାବକ ଆମେରିକା ଶିଶୁ ସୈନ୍ୟ ନିରାକରଣ ଆଇନ୍ ର ବାର୍ଷିକ ଟିଆଇପି ରିପୋର୍ଟରେ ଶିଶୁ ମାନଙ୍କୁ ସୈନ୍ୟରେ ନିଯୁକ୍ତି ଦେଉଥିବା ସରକାରଙ୍କ ନାମକୁ ସାମିଲ କରାଯାଇଛି । ଏଥିରେ ଏପ୍ରିଲ୍ ୧ ତାରିଖରୁ ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଯେଉଁ ଦେଶର ସରକାର ଶିଶୁ ସୈନ୍ୟ ନିଯୁକ୍ତ କରିଛନ୍ତି ସେହି ମାନଙ୍କ ନାମକୁ ସାମିଲ କରାଯାଇଛି ।

ତେବେ ଏହି ତାଲିକା ୟୁଏସ୍ ଷ୍ଟେଟ୍ ଡିପାର୍ଟମେଣ୍ଟର ମାନବ ତସ୍କରୀ ରିପୋର୍ଟରେ ମଧ୍ୟ ସାମିଲ ରହିଛି । ଏହା ଅଧୀନରେ ମାନବ ତସ୍କରୀ କୁ ରୋକିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ କରାଯାଇଥିବା ପ୍ରୟାସ ଆଧାରରେ ର୍ୟାଙ୍କିଙ୍କ୍ କରାଯାଏ । ତେବେ ୨୦୨୧ ସିଏସପିଏ ଲିଷ୍ଟରେ ସାମିଲଥିବା ଦେଶର ନାମ ହେଉଛି; ଆଫଗାନିସ୍ତାନ, ବର୍ମା, କଙ୍ଗୋ, ଈରାନ୍, ଇରାକ୍, ଲିବିୟା, ମାଲୀ, ନାଇଜେରିଆ, ସୋମାଲିୟା, ଦକ୍ଷିଣ ସୁଡାନ୍, ସିରିୟା, ତୁର୍କି, ଭେନେଜୁଏଲା ଏବଂ ୟମନ୍ ।

ଏଥିମଧ୍ୟରୁ ତିନୋଟି ଦେଶ କଙ୍ଗୋ, ସେମାଲିୟା ଏବଂ ୟମନ୍ ୨୦୧୦ ପରଠାରୁ ପ୍ରତିବର୍ଷ ଟିପି ଲିଷ୍ଟରେ ସାମିଲ ଥିବା ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ସବୁଠାରୁ ଅଧିକ ବର୍ଷ ଏଥିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.