fbpx

ଛୋଟ ଶିଶୁଙ୍କର ବଡ଼ ହୃଦୟ, ଆପଣଙ୍କର ପିଲାଦିନର କଥା ମନେ ଅଛି ତ, ଥରେ ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟର ଜମାନାରେ ଛୋଟ ବଡ଼ ଘଟଣା ସବୁ କ୍ଷଣିକ ମଧ୍ୟରେ ଭାଇରାଲ ହୋଇଯାଇଥାଏ । ତେବେ ନିକଟରେ ଛୋଟ ଶିଶୁଙ୍କର ଏକ ମଜାଳିଆ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଦେଖିବା ପରେ ଆପଣଙ୍କର ପିଲାଦିନର କଥା ମନେ ପଡ଼ିଯିବ । ପିଲାଦିନର ସାଙ୍ଗସାଥୀଙ୍କ ଗହଣରେ ମଜାର ଅନୁଭୂତି ନିଶ୍ଚିତ ଭାବେ ଅଲଗା ।

ତେବେ ଭିଡିଓଟିରେ ଝିପିଝିପି ବର୍ଷାରେ ୪-୬ ଜଣ ଶିଶୁ ଖୁସିରେ ଗୋଟିଏ ଛତା ତଳେ ଆଶ୍ରୟ ନେଇ ଯାଉଛନ୍ତି । ଆଜିକାଲି କିଏ କାହାକୁ ସାହାଯ୍ୟ କରେ । ମାତ୍ର କୁନି ବୟସରେ ସେମାନଙ୍କର ମନ ଈର୍ଷା, ଅହଙ୍କାର କ’ଣ ତାହା ଜାଣିନାହିଁ । ଜଣେ ଲୋକକୁ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗୋଟିଏ ଛତା ନିଅଣ୍ଟ ହେଉଥିବା ବେଳେ ଏକାଧିକ ଶିଶୁ ଗୋଟିଏ ଛତା ତଳେ ଆଶ୍ରୟ ନେଇଛନ୍ତି ।

ଏହି ଭିଡିଓଟିକୁ ଟ୍ୱିଟରରେ ଜଣେ ୟୁଜର ଶେୟାର କରିଛନ୍ତି । ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏଥିସହିତ ୫୯ ହଜାର ଲୋକ ଏହି କ୍ଲିପକୁ ଲାଇକ୍ କରିଛନ୍ତି । ଅନେକ ୟୁଜର ଭିଡିଓଟିକୁ ଦେଖିବା ପରେ କମେଣ୍ଟ କରିବାକୁ ଏକପ୍ରକାର ବାଧ୍ୟ ହୋଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଏବେ ଛତା ୫ଟି ଅଛି, ମାତ୍ର ଏପରି ଜଣେ ହେଲେ ବି ବି ଦୋସ୍ତ ନାହାନ୍ତି ।’

Get real time updates directly on you device, subscribe now.