ଏଣିକି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସାଙ୍ଗରେ ମିଳିବ ଫଳ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ୍ ଅଫିସର।

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କ ଖାଇବାରେ ମିଶିଲା ଫଳ। ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଯାଏଁ ସମସ୍ତଙ୍କୁ ଖାଇବାରେ ମିଳିବ ବିଭିନ୍ନ ପ୍ରକାରର ଫଳ।

ଅଣ୍ଡା ନଖାଇଲେ ପିଲା ଖାଇବେ ଫଳ। ଏନେଇ DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ୍ ଅଫିସର। । ସ୍କୁଲରେ ପିଲାଙ୍କୁ ଫଳ ଦିଆଯିବା ନେଇ ନିର୍ଦ୍ଦେଶ କରାଯାଇଛି।

ପିଏମ୍ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ। ଯେଉଁ ଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ ପିଲା ଅଣ୍ଡା ଖାଉନଥିବେ ସେ ପିଲାଙ୍କୁ ଫଳ ମିଳିବ। ମଧ୍ୟାହ୍ନ ଭୋଜନ ସହ ଫଳ ଖାଇବାକୁ ଦିଆଯିବ। ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଯଦି ଦେଖିବା ପୂର୍ବରୁ ସ୍କୁଲରେ ପିଲାମାନଙ୍କୁ ଅଣ୍ଡା ଏବଂ ମାଣ୍ଡିଆ ଲଡୁ ମିଳୁଥିଲା। ଆଉ ଏବେ ଫଳ ମିଳିବ।