fbpx

ଚୀନରେ ହାହାକାର, ଦେବାଳିଆ ହେଲା ସବୁଠାରୁ ବଡ କମ୍ପାନୀ ଏଭରଗ୍ରାଣ୍ଡ

ଚୀନ : ଦୁନିଆର ଫ୍ୟାକ୍ଟ୍ରି ବା ଅର୍ଥିକ ମହାଶକ୍ତି କୁହାଯାଉଥିବା ଚୀନ ଏବେ ସଂକଟରେ । ଆର୍ଥିକ ସ୍ଥିତି ଦେଇ ଗତି କରୁଛି ଚୀନର ସବୁଠାରୁ ବଡ ରିୟଲଏଷ୍ଟେଟ କମ୍ପାନୀ ଏଭରଗ୍ରାଣ୍ଡ । ଏହି କମ୍ପାନୀ ଦେବାଳୟା ହେବା ପରେ ଚୀନରେ ହାହାକାର ଦେଖିବାକୁ ମିଳିଛି । ଏହି ବିଶାଳ କମ୍ପାନୀ ଆମେରିକା କୋର୍ଟରେ ଦେବାଳିଆ ହେବାର ଆବେଦନ କରିଛି । କୁହାଯାଉଛି ଗତ ବର୍ଷ ଏହି କମ୍ପାନୀ ଡିଫଲ୍ଟ କରିବା ପରେ ସେଠାରେ ସେଠାରେ ଖରାପ ପରିସ୍ଥିତି ଦେଖବାକୁ ମିଳିଥିଲା । କିନ୍ତୁ ଏବେ ଏହା ଦେବାଳୟା ହେବା ପରେ ଚାଇନାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।

ଏଭରଗ୍ରାଣ୍ଡ ଦୁନିଆର ସବୁଠାରୁ ଅଧିକ କରଜରେ ବୁଡିଥିବା କମ୍ପାନୀ । ଏହି କମ୍ପାନୀ ଉପରେ ୩୩୦ ଅରବ ଡଲାରର କର୍ଜ ହୋଇଛି । ୨୦୨୧ର ଶେଷରେ ଏହି କମ୍ପାନୀ ସହିତ ତିନାଜୀ ହୋଲଡିଙ୍ଗସ ମଧ୍ୟ ଦେବାଳୟ ପରିସ୍ଥିତି ଦେଇ ଗତି କରୁଛି । କମ୍ପାନୀ ଆମେରୀକା ଅଦାଲତରୁ ସମୟ ମାଗିଛି । ଏହା ଦ୍ୱାରା କମ୍ପାନୀ ବିରୋଧରେ କୌଣସି ଆକ୍ସନ ହୋଇପାରିବ ନାହିଁ ।

ଚୀନକୁ ରିୟଲିଷ୍ଟଟର ସବୁଠାରୁ ଭଲ ଅର୍ଥବ୍ୟବସ୍ଥା କୁହାଯାଏ । କିନ୍ତୁ ବିଗତ କିଛି ଦିନରୁ ଏହା ଆର୍ଥିକ ସଂଙ୍କଟ ଦେଇ ଗତିକରୁଛି । ତେବେ ଦେଖିବାକୁ ଗଲେ କୋରନା କାଳରେ ଏହା ଆହୁରି ଖରାପ ପରିସ୍ଥିତି ଦେଇ ଗତି କରୁଥିଲା । ୨୦୨୧ରେ ଚୀନରେ ଏହି ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିଲା । ୨୦୨୧ରୁ ଏବେ ପର୍ଯ୍ୟନ୍ତ ଅନେକ କମ୍ପାନୀ ଡିଫଲ୍ଟ କରିସାରିଛି ।

Get real time updates directly on you device, subscribe now.