fbpx

ସଙ୍କଟରେ ଚୀନ, ପାଣିରେ ବୁଡିଗଲା ଦେଶ, ୨୪ ଘଣ୍ଟାରେ ହେଲା ଗୋଟିଏ ବର୍ଷର ବର୍ଷା

ନୂଆଦିଲ୍ଲୀ: ବନ୍ୟା ଚୀନ ଦେଶର ପରିସ୍ଥିତିକୁ ଖରାପ କରିଦେଇଛି । ସେଠାରେ ଗତ ୨୪ ଘଣ୍ଟାରେ ଗୋଟିଏ ବର୍ଷର ବର୍ଷା ହୋଇ ୩୧ଟି ନଦୀ ଜଳରେ ପରିପୂର୍ଣ୍ଣ ହୋଇଯାଇଛି । ଖରାପ ମୌସୁମୀକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରାଯାଇଛି । ସବୁଠାରୁ ଅଧିକ ଅସୁବିଧା ମଧ୍ୟ ଚୀନର ହେନାନ ସୀମାରେ ଘଟିଛି । ଅଚାନକ ଆସିଥିବା ବନ୍ୟା ଅସୁବିଧା ସୃଷ୍ଟି କରିଛି । ପାଣିପାଗ ବିଭାଗ ମୁତାବକ, ନାନୟାଂଗ ସହରର ସୀମା ଭିତରେ ଦାଫେଗୟିଂଙ୍ଗରେ ଗୋଟିଏ ଦିନରେ ୬୦୬.୭ ମିମିର ବର୍ଷା ରେକର୍ଡ କରାଯାଇଥିଲା । ସେହିପରି ହେନାନ ସୀମାରେ ଅଧିକାରୀମାନେ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ହାଇ ଆଲର୍ଟ ଜାରି କରିଥିଲେ । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚୁର ବର୍ଷା ହେବାବ, ସେଡୋଙ୍ଗ ଏବଂ ଅନହୁଇ ସୀମାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ଚୀନ ମିଡିଆ ନେଟୱର୍କ ସିଜିଟିଏନର ରିପୋର୍ଟରେ କୁହଯାଇଥିଲା ଯେ, ମଙ୍ଗଳବାର ଦିନ ସକାଳେ ହେନାନ ସୀମାର ନାନୟଙ୍ଗର ଡେଙ୍ଗଝୋଉ ସହରରେ ପାଣି ଭୟଙ୍କର ସ୍ତରରେ ପହଞ୍ଚିଥିଲା । ପାଣି ବଢିବାର କାରଣ ପ୍ରଚୁର ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିଲା । ବନ୍ୟା ଆସିବା ପରେ ଅନେକ ଘରେ ପାଣି ମଧ୍ୟ ପସିଯାଇଛି । ରେସ୍କ୍ୟୂ ଟୀମ ଘରେ ଫସିଯାଇଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ । ରିପୋର୍ଟରେ କୁହାଯାଇଛି ଯେ, ଏହି ପାଣିପାଗ ହେନାନ ପର୍ଯ୍ୟନ୍ତ ସୀମିତ ରହିନାହିଁ । ଝଡ ତୋଫାନ ଆସିବା ପରେ ବିଜିଙ୍ଗ ଅନେକ ସହରରେ ଟ୍ରେନ ଲାଇନକୁ ବନ୍ଦ କରିଦେଇଛି । ଉତ୍ତର-ପଶ୍ଚିମ ସୀମାର କାଙ୍ଗ କାଉଁଟୀ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରିଛି ।

Get real time updates directly on you device, subscribe now.