fbpx

ଚୀନଠୁ କରେନାର ପ୍ରତିଶେଧ ନେବ ଜାପାନ

Advertisement

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): କୋରୋନା ଭାଇରସ ପାଇଁ ବ୍ୟାପକ କ୍ଷତି ପାଇଁ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଚୀନକୁ ଜାପାନ ପୂର୍ବରୁ ଧମକ ଦେଇ ସାରିଥିଲା। ଆଉ ଏଥିପାଇଁ ଜାପାନ ହୁଏତ ତାର ପ୍ରତିଶୋଧ ନେବାର କାର୍ୟ୍ୟ ଆରମ୍ଭ କରିଦେଇଛି। ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଜ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଜାରି କରିଦେଇଛନ୍ତି। ଫଳରେ ଏଭଳି ଘୋଷଣା ପରେ ସେଠାକାର ବାସିନ୍ଦା ବେଶ ଆକ୍ରୋଶମୂଳକ ହୋଇ ପଡ଼ିଛନ୍ତି। ସେପଟେ ଚୀନରେ କାର୍ୟ୍ୟ କରୁଥିବା ଜାପାନର ସମସ୍ତ କମ୍ପାନୀକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଚନ୍ତି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ। ଚୀନରେ ଜାପାନର ଯେତେ ସବୁ କାରଖାନା ବା ଶିଳ୍ପ ବର୍ତ୍ତମାନ କାର୍ୟ୍ୟରତ ସେସବୁକୁ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଷ୍ପତ୍ତି ନେଇଛନ୍ତି। ଜାପାନ ଏହି କମ୍ପାନୀ ସବୁକୁ ବନ୍ଦ କରିଦେଲେ ଚୀନର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହେବ। କାରଣ ଚୀନରେ ଜାପାନର ସବୁଠାରୁ ଅଧିକ କମ୍ପାନୀ କାର୍ୟ୍ୟ କରୁଛି। ଜାପାନର ବଡ଼ ବଡ଼ ଫ୍ୟାକ୍ଟ୍ରି ମଧ୍ୟ କାର୍ୟ୍ୟ କରୁଛି। ଯେଉଁଗୁଡ଼ିକ ଚୀନକୁ ଆର୍ଥିକ ସମୃଦ୍ଧିର ପ୍ରମୁଖ କାରଣ ହୋଇଥାଏ। ସେଠାରେ କମ୍ପାନୀ ଗୁଡ଼ିକ ବନ୍ଦ ହୋଇଗଲେ ବ୍ୟବହୃତ ଯନ୍ତ୍ରାଂଶକୁ ଆଣିବା ପାଇଁ ମଧ୍ୟ କେନ୍ଦ୍ର ସରକାର ୨ ବିଲିୟନ ଡଲାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ଚୀନରେ ବର୍ତ୍ତମାନ ଟୋୟୋଟା, ଫ୍ୟୁଜି ଫିଲ୍ମ, କ୍ୟାନନ, ହୋଣ୍ଡା ଭଳି ବଡ଼ ବଡ଼ କମ୍ପାନୀ ଗୁଡିକ ସେଠାରେ ନିଜର କମ୍ପାନୀ ଖୋଲିଥିବା ଜଣାପଡ଼ିଛି। ତେବେ ଏଭଳି ସଂକଟ ସମୟରେ ଚୀନକୁ ଏକ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ଏସବୁ କରୁଥିବା ଜଣାପଡ଼ିଛି। ଏଠାରେ କହି ରଖୁଛୁ ଯେ, ଏହି କମ୍ପାନୀ ଗୁଡ଼ିକ ଚୀନରୁ ନିଜର କାରଖାନା ବନ୍ଦ କରିଲେ ଦେଶର ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପଡ଼ିବ। କୋଟି କୋଟି ଟଙ୍କାର କ୍ଷତି ସହିବ ଚୀନ। ଯଦି ଜାପାନ ଏଭଳି କରେ, ତେବେ ଚୀନର ଜିଡ଼ିପି ଉପରେ ଲକ୍ଷାଧିକ କୋଟି କୋଟି ଟଙ୍କା ସିଧାସଳଖ ଭାବେ କ୍ଷତି ସହିବ ଚୀନ।

Get real time updates directly on you device, subscribe now.